କେନ୍ଦୁଝର,୨୮/୦୫: ଦୁଇ ଭିନ୍ନକ୍ଷମ ଖେଳାଳିଙ୍କୁ ମିଳିଲା ହୁଇଲ ଚେୟାର । ଜିଲ୍ଲା ଖଣିଜ ପାଣ୍ଠିରୁ ସ୍ପୋର୍ଟସ ହୁଇଲ ଚେୟାର ପ୍ରଦାନ କରିଛନ୍ତି ଜିଲ୍ଲାପାଳ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପଣ୍ଡୁଆ ଗ୍ରାମର ଦୁଇ କ୍ରୀଡାବିତ୍ ଅଭୟ କୁମାର ଜେନା ଓ ବିକ୍ରମ ଆଦିତ୍ୟ ଜେନାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୁଇଲ ଚେୟାର ପ୍ରଦାନ କରାଯାଇଛି ।
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପଣ୍ଡୁଆ ଗ୍ରାମର ବିକ୍ରମ ଆଦିତ୍ୟ ଜେନା ଜାତୀୟ ପାରା ଆର୍ଥେଲେଟିକ ୨୦୨୫ରେ ସୂର୍ଣ୍ଣପଦକ ଜିିତିଥିଲେ । କେନ୍ଦୁଝର ଜଗନ୍ନାଥପୁର ପାରା ବ୍ୟାଡମିଟନ୍ ରୌପ୍ୟ ପଦକ ବିଜେତା ଓ ଓଡିଶା ହୁଇଲ୍ ଚେୟାର ଜାତୀୟ କ୍ରିକେଟ୍ ଖେଳାଳି ଅଭୟ କୁମାର ଜେନାଙ୍କୁ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ବିଶାଲ ସିଂ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ କେଶରୀ ସାମନ୍ତରାୟଙ୍କ ଉପସ୍ଥିତିରେ ସ୍ପୋର୍ଟସ ହୁଇଲ ଚେୟାର ପ୍ରଦାନ କରାଯାଇଛି ।
ବ୍ୟାଟେରୀ ଗାଡ଼ି ପାଇ ଦୁଇ ଜଣ ଭିନ୍ନକ୍ଷମ ଖେଳାଳି ଖୁସିବ୍ୟକ୍ତ କରିଛନ୍ତି । ଏହା ସହ ଅନ୍ୟ ଗାଡ଼ି ଅପେକ୍ଷା ଏଗାଡ଼ି ଖେଳିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଓ ଶୀଘ୍ର ପହଁଚି ପାରିବେ । ତେଣୁ ଗାଡ଼ି ପ୍ରଦାନ କରିଥିବା ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାପାଳ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ ଜଣାଇଛନ୍ତି, ।