ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ

ଭୁବନେଶ୍ୱର,୦୪/୧୦: ବର୍ଷା ନାହିଁ । କାଁ ଭାଁ ଅସରାଏ ବର୍ଷା ହୋଇପାରେ । ବଡ଼ କିମ୍ବା ବିସ୍ତୃତ ବର୍ଷା ସମ୍ଭାବନା ଦେଖାଯାଉନି । ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । 

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ  କହିବାନୁସାରେ ରାଜ୍ୟରେ ଆସନ୍ତା ୧୦  ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା  ୭ ତାରିଖରେ ଦକ୍ଷିଣ ଉପକୂଳ ଓ  ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା  ହୋଇପାରେ । ୧୧ ଓ ୧୨ ତାରିଖରେ  ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା  ସମ୍ଭାବନା ଅଛି । ସମଗ୍ର ଉପକୂଳରେ  ପାଗ ଶୁଖିଲା ରହିବା ସମ୍ଭାବନା ଅଛି ।  ତେବେ ତାପମାତ୍ରାରେ ବିଶେଷ  ପରିବର୍ତ୍ତନ ସଙ୍କେତ ମିଳୁନାହିଁ ।  

ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା  ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ  ପଡ଼ିବନାହିଁ । ବାଂଲାଦେଶ ଓ ଉତ୍ତର- ପୂର୍ବ ଭାରତରେ ବର୍ଷା ହେବ, ଯାହାକି  ଆଗରୁ ଆକଳନ କରାଯାଇଥିଲା ।  ଆସନ୍ତା ୬ କିମ୍ବା ୭ ତାରିଖବେଳକୁ  ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ  ଆରବ ସାଗରକୁ ମିଶାଇ ଏକ  ଲଘୁଚାପ ସମ୍ଭାବନା ଅଛି । ହେଲେ  ଏହା ତାମିଲନାଡ଼ୁ ଓ କେରଳରେ  ବର୍ଷା କରାଇବ । 

ଡକ୍ଟର ପଶୁପାଳକ କହିଛନ୍ତି,  ବର୍ତ୍ତମାନ ଧାନ ଫସଲ ଲିଙ୍ଗ ସଞ୍ଚାର  ଅବସ୍ଥାକୁ ଆସିଯାଇଛି । ଏହି ସମୟରେ  ପାଣିର ଆବଶ୍ୟକତା ବେଶି ଥାଏ ।  ସମ୍ଭବତଃ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ  ରାଜ୍ୟରେ ବିଶେଷ ବର୍ଷା ନାହିଁ ।  ତେଣୁ ଚାଷୀମାନେ ପାଣି ବାନ୍ଧି ରଖନ୍ତୁ ।  ଅଣଜଳସେଚିତ ଜମିରେ ରବି ଫସଲ  ଡେରି ନ କରି ଶୀଘ୍ର ଲଗାନ୍ତୁ ।  

ସୋଆ ପାଣିପାଗ ଓ ଜଳବାୟୁ  କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର  ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ  ବିଶେଷ ବର୍ଷା ନାହିଁ । ତଥାପି କାଁ ଭାଁ ମଝିରେ ମଝିରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । ୮ ତାରିଖରୁ ପାଗରେ  ସାମାନ୍ୟ ପରିବର୍ତ୍ତନ ହେବ । ୯ରୁ ୧୧  ତାରିଖ ଭିତରେ ଉପକୂଳରେ ହାଲୁକା  ବର୍ଷା ହୋଇପାରେ । ମୁଖ୍ୟତଃ ଭୋର  ସମୟ କିମ୍ବା ସନ୍ଧ୍ୟାରେ ହାଲୁକା ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ ।  ଦଶହରାବେଳକୁ ରାଜ୍ୟରେ ପାଗ ମେଘୁଆ ରହିପାରେ । ତେଣୁ  ଖରା କମ ରହିପାରେ । ମାତ୍ର ଗୁଳୁଗୁଳି ଲାଗି ରହିବା ସମ୍ଭାବନା ଅଛି । 

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଉତ୍ତର  ବଙ୍ଗୋପସାଗରରେ ୪ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଇସିଏମଡବ୍ଲ୍ୟୁଏଫ ମଡେଲ୍‌ ଅନୁସାରେ ପରବର୍ତ୍ତୀ ସପ୍ତାହରେ (୧୧ରୁ  ୧୭ ତାରିଖ ଭିତରେ) ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ୪୦%ରୁ ୬୦% ସମ୍ଭାବନା ଅଛି । 

  • PrameyaOdia
  • prameya
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.