ନୂଆଦିଲ୍ଲୀ : ସରକାରୀ ଅଧିସୂଚନା ମୁତାବିକ ୱାକଫ୍ (ସଂଶୋଧନ) ଆଇନ୍ ୮ ଅପ୍ରେଲ ୨୦୨୫ରେ ସାରାଦେଶରେ ଲାଗୁ ହୋଇଛି। ଅନ୍ୟପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ କେଭିଏଟ ଦାଖଲ କରିଛନ୍ତି, ଯେଉଁଥରେ କୁହାଯାଇଛି ଯେ ୱାକଫ (ସଂଶୋଧନ) ଆଇନ୍ ୨୦୨୫କୁ ଚ୍ୟାଲେଞ୍ଜ ଦେଇଥିବା ପିଟିସନ ଗୁଡ଼ିକ ଉପରେ କୌଣସି ବି ନିର୍ଦ୍ଦେଶ ଦେବା ପୂର୍ବରୁ କୋର୍ଟ ତାଙ୍କର କଥା ନିଶ୍ଚୟ ଶୁଣନ୍ତୁ। ଏହି ପଦକ୍ଷେପ ସେତେବେଳେ ଉଠାଯାଇଛି , ଯେତେବେଳେ ଏହି ନୂଆ ଆଇନ ବିରୋଧରେ ଅନେକ ବଡ଼ ବଡ଼ ସଂସ୍ଥା ଓ ନେତାମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।
ଉଲ୍ଲେଖନୀୟ ଯେ, ଏହି ଆଇନକୁ ସଂସଦରେ ଖୁବ୍ ତର୍କବିତର୍କ ପରେ ପାରିତ କରାଯାଇ ଥିଲା ଏବଂ ୫ ଅପ୍ରେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଥିଲେ।
କହି ରଖୁଛୁ କି, ବର୍ତ୍ତମାନ ସୁଦ୍ଧା ଏହି ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟର ୧୦ରୁ ଅଧିକ ଆବେଦନ ଦାଏର କରାଯାଇ ସାରିଛି। ଏହି ଆବେଦନ ଗୁଡ଼ିକରେ ଜମିଅତ ଇଲେମା-ଏ-ହିନ୍ଦ , ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ' ବୋର୍ଡ ଓ କିଛି ରାଜନୀତିକ ନେତାଙ୍କ ଆବେଦନ ମଧ୍ୟ ସାମିଲ ଅଛି। ଏହିସବୁ ଆବେଦନ ଗୁଡ଼ିକ ୱାକଫ ଆଇନ ୨୦୨୫ର ସାମ୍ୱିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଉଛି।
ପିଟିଆଇର ରିପୋର୍ଟ ଅନୁସାରେ, ଏହି ଆବେଦନ ଗୁଡ଼ିକ ୧୫ ଅପ୍ରେଲରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରେ, ହେଲେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଏବେ ଏହା ସ୍ପଷ୍ଟ ହୋଇ ନାହିଁ। ୭ ଅପ୍ରେଲରେ ଚିଫ୍ ଜଷ୍ଟିସ୍ ସଞ୍ଜିବ୍ ଖାନ୍ନାଙ୍କ ତତ୍ତ୍ୱାବଧାନର ଖଣ୍ଡପୀଠ ବରିଷ୍ଠ ଓକିଲ କପିଲ ସିବଲଙ୍କୁ ଭରସା ଦେଇଥିଲେ କି ତାଙ୍କର ଆବେଦନକୁ ଶୀଘ୍ର ତାଲିକାଭୁକ୍ତ କରାଯିବ।
କେନ୍ଦ୍ର ଦ୍ୱାରା ଦାଏର କରାଯାଇ ଥିବା କେଭିଏଟ୍ର ଉଦ୍ଦେଶ୍ୟ ଏହା ସ୍ପଷ୍ଟ କରିବାର ଅଛି ଯେ , କୋର୍ଟ କିଛି କି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବା ପୂର୍ବରୁ କେନ୍ଦ୍ର ପକ୍ଷକୁ ଶୁଣନ୍ତୁ । ଏହା ଏକ ଆଇନଗତ ପ୍ରକ୍ରିୟା , ଏହି ଅନୁସାରେ କୋର୍ଟରେ କିଛି ବି ନିର୍ଦ୍ଦେଶ ଏକତରଫା ଭାବେ ଦିଆ ନଯାଉ।