ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ହାତୀ ଘଉଡାଇବା ପାଇଁ ଯାଇଥିଲେ ବନ କର୍ମଚାରୀ, ଅଟକ ରଖିଲେ ଗ୍ରାମବାସୀ

Published By : Prameya | December 22, 2024 8:44 PM

ବଡବିଲ,୨୨।୧୨  :  ଚମ୍ପୁଆ ରେଞ୍ଜ ମିରିଗିସିଙ୍ଗା ଗାଁରେ ହାତୀ ଘଉଡାଇବା ପାଇଁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କିଛି ଦିନ ହେବ ଏ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । 

ରବିବାର ଭୋର୍ ସମୟରେ ଏକ ଗୋଠଛଡ଼ା ଦନ୍ତା ହାତୀ ମିରିଗିସିଙ୍ଗା ଗାଁରେ ଗୋଟିଏ ଘର ଏବଂ କୋଦଗାଡ଼ିଆ ଗାଁ ରେ ଦୁଇ ବଖରା ଘର ଭାଙ୍ଗିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସନ୍ଧ୍ୟାରେ ହାତୀ ଗାଁ ମୁହାଁ ହେଉଥିବାରୁ ବନ କର୍ମଚାରୀ ହାତୀ ଘଉଡାଇବା ପାଇଁ ମିରିଗିସିଙ୍ଗା ଗାଁକୁ ଯାଇଥିବାବେଳେ, ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଅସନ୍ତୁଷ୍ଟ ଗ୍ରାମବାସୀ । 

ଗ୍ରାମବାସୀଙ୍କ କହିବା କଥା ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ କିଛି କରୁନାହାନ୍ତି, କେବଳ ଦେଖଣାହାରୀ ସାଜିଛନ୍ତି । ଉପରିସ୍ଥ ବନ ଅଧିକାରୀ, ଡି ଏଫ୍ ଓ କିମ୍ବା ରେଞ୍ଜର ଆସି ଆଲୋଚନା କରିବାପାଇଁ ଦାବି କରିଛନ୍ତି । କିଛି ଦିନ ହେବ ଚମ୍ପୁଆ ରେଞ୍ଜର ବିଭିନ୍ନ ଗାଁ ମାନଙ୍କରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଘଉଡାଇବା ପାଇଁ ଉଦ୍ୟମ କରୁଥିଲେ ବି ହାତୀପଲ ଘର ଭାଙ୍ଗିବା ସହିତ ଫସଲ ଉଜାଡ଼ି ଦେଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.