ଭୁବନେଶ୍ୱର, ୨୨।୧୨: ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ୬୩ ବର୍ଷ ବୟସରେ ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି ।ସେ ବିଜୟ ମହାନ୍ତି ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ବିଜେଡି ଟିକେଟରେ ଦୁଇଥର ବିଧାୟକ ହୋଇଥିଲେ । ଏଥିସହ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ ।
୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ବିଜୟ ମହାନ୍ତିଙ୍କ ଜନ୍ମ । ପିଲାବେଳରୁ ରାଜନୀତି ପ୍ରତି ବିଜୟଙ୍କ ଦୁର୍ବଳତା ରହିଥିଲା । ଏହିକ୍ରମରେ ପ୍ରଥମେ ବିଜୁ ଜନତା ଦଳ ଜଣେ କର୍ମୀ ଭାବେ ସାମିଲ ହୋଇଥିଲେ । ପରେ ତାଙ୍କର ଦକ୍ଷତା ଏବଂ କାର୍ଯ୍ୟଶୈଳୀ ଦେଖି ବିଭିନ୍ନ ପଦ ପଦବୀ ଦିଆଯାଇଥିଲା । ୧୯୮୨ ମସିହାରେ ଛାତ୍ର ଜନତା ଦଳର ପ୍ରଥମେ ସଚିବ ଭାବେ କାମ କରିଥିଲେ । ଏହାପରେ ୧୯୮୮ରୁ ୯୨ ପର୍ଯ୍ୟନ୍ତ (ଭୁବନେଶ୍ୱର) ଯୁବ ଜନତା ଦଳର ସଭାପତି, ୧୯୯୨ରୁ ୯୮ ଯାଏଁ ବିଜେଡିର ସଚିବ ରହିଥିଲେ ।
ପରବର୍ତ୍ତୀ ସମୟରେ ସେ ଅନେକ ପଦପଦବୀ ସମ୍ଭାଳିଥିଲେ । ଶେଷରେ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ ଦେଇଥିଲା । ଆଉ ସେ ଦଳର ମାନ ରଖି ବିଜୟୀ ହୋଇଥିଲେ । ଏହାପରେ ୨୦୧୪ରେ ପୁଣି ଥରେ ଦଳ ତାଙ୍କ ଉପରେ ଭରସା କରିଥିଲା । ଆଉ ସେହି ସମାନ ଆସନରୁ ବିଧାୟକ ଟିକେଟ ବି ଦେଇଥିଲା । ଏଥର ବି ଦଳକୁ ନିରାଶ କରିନଥିଲେ ବିଜୟ ମହାନ୍ତି । ରେକର୍ଡ ସଂଖ୍ୟକରେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ୨ୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ରେ ଦଳ ତାଙ୍କ ଟିକେଟରୁ ବାଦ୍ ପଡିଥିଲେ । ତାଙ୍କ ବଦଳରେ ମଧ୍ୟ ଆସନ ଲାଗି ଭୁବନେଶ୍ୱର ମହାନଗର ନିଗମ (BMC)ର ପୂର୍ବତନ ମେୟର ତଥା ବରିଷ୍ଠ ନେତା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଟିକେଟ ଦେଇଥିଲେ ସୁପ୍ରିମୋ ।