ଭୁବନେଶ୍ବର, ୨୨।୧୧ : ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀ ମାମଲା । ପଞ୍ଚ ଘଣ୍ଟା ଧରି କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା ମେଜରଙ୍କ ବନ୍ଧବୀଙ୍କୁ ଜେରା । ଭୁବନେଶ୍ୱରର ସ୍ପେଶିଆଲ୍ ସର୍କିଟ ହାଉସରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସ୍ଵତନ୍ତ୍ର କୋର୍ଟରେ ଏହି ପ୍ରକିୟା ଚାଲିଥିଲା । । ଭରପୂର୍ ଥାନା ଭିତରେ ହୋଇଥିବା ଘଟଣା ବେଳର ସମସ୍ତ ଭିଡିଓ ଗୁଡ଼ିକ କମିଶନ ଦାସଙ୍କୁ ଦିଆଯାଇଛି । ବିଳମ୍ବିତ ପୋଲିସ୍ କର୍ମଚାରି ଏବଂ ସେନା ଅଧିକାରୀ ବାନ୍ଧବୀଙ୍କ ନିକଟରେ ଥିବା ଭିଡିଓ ଗୁଡ଼ିକ କମିଶନ ନିକଟରେ ହସ୍ତଗତ କରାଯାଇଛି । କୋର୍ଟରେ ଜଷ୍ଟିସଙ୍କ ସମ୍ମୁଖରେ ଭରତପୁର ଥାନା ଭିତରେ ହୋଇଥିବା ଘଟଣାରେ ଭିଡିଓ ଫୁଟେଜ ଦେଖାହୋଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ କରି ବାନ୍ଧବୀ ଙ୍କୁ ପଚାରିଥିଲେ ଜଷ୍ଟିସ । ଲଗାତାର ଭାବେ ୧୧ ଟାରୁ ୪ଟା୩୦ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ଜେରା । ଏଥିରେ ସେନା ଅଧିକାରୀ ଅନୁପସ୍ଥିତ ଥିଲେ କେବଳ ବାନ୍ଧବୀ ଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ସମସ୍ତ ଉତ୍ତର ଦେଇଥିଲେ ସେ । ତାଙ୍କ ସହ ଥିଲେ ବାନ୍ଧବୀଙ୍କ ଓକିଲ
ସେହିପରି ସମୟ ଅଧିକ ଲାଗିବାରୁ ରବିବାର ଏହି ଶୁଣାଣି ପ୍ରକିୟା ବନ୍ଦ କରାଯାଇଥିଲା । ୫ ଘଣ୍ଟା ମଧ୍ୟରେ ଜଷ୍ଟିସ ଙ୍କ ସମ୍ମୁଖରେ ରଖାଯାଇଥିଲା ଭିଡିଓ ଓ କିଛି ଗୁରୁତ୍ଵପୂର୍ଣ୍ଣ ଫାଇଲ । ଏପଟେ ସେହି ରାତିରେ ଡ୍ୟୁଟିରେ ଥିବା ପାଞ୍ଚ ଜଣ ନିଲମ୍ବିତ ପୋଲିସ୍ କର୍ମଚାରି ଉପସ୍ଥିତ ଥିଲେ । ପ୍ରଥମେ ପୂର୍ବତନ ଭରତପୁର ଥାନା ଅଧିକାରୀ ଏବଂ ଅନ୍ୟ ଚାରିଜଣ ନିଲମ୍ବିତ ପୋଲିସ କର୍ମଚାରୀଙ୍କୁ ଡକାଯାଇଥିଲା ଏହାପରେ ସେମାନଙ୍କୁ ବାହାରକୁ ପଠାଯାଇଥିଲା । କେବଳ ଜଷ୍ଟିସଙ୍କ ନିକଟରେ ବାନ୍ଧବୀ ଏବଂ ତାଙ୍କ ଓକିଲ ଉପସ୍ଥିତ ରହିଥିଲେ । ଏପଟେ ନିଲମ୍ବିତ ପାଞ୍ଚ ପୋଲିସ୍ କର୍ମଚାରିଙ୍କ ଓକିଲ ସୌର ଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ମଧ୍ୟ ଏହି ପ୍ରକିୟା ଚାଲିଥିଲା । ଅଧିକ ଲମ୍ବା ତାଲିକା ଥିବାରୁ ଗୋଟିଏ ପରେ ଗୋଟିଏ ଜଣଙ୍କ ପରେ ଜଣଙ୍କୁ ଜେରା ହେବ । ପ୍ରକୃତ ତଥ୍ୟ ପାଇବାକୁ ଜଷ୍ଟିସ ଏହି ପ୍ରକିୟା ଅବଲମ୍ବନ କରିଛନ୍ତି ।