ଭୁବନେଶ୍ୱର, ୧୮।୧୧: ସିଭିଲ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରବିବାର ଡିଏମ୍ଜି ସୁବାସ ପଣ୍ଡାଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ାଉ । ସୋମବାର ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଭରତପୁର ଓ ବରିମୁଣ୍ଡରେ ଚଢ଼ାଉ ହୋଇଛି ।
ସୂଚନାନୁସାରେ, ବ୍ରହ୍ମପୁର ଡିଭିଜନ PHWC ଡେପୁଟି ମ୍ୟାନେଜର ସୁବାସ ପଣ୍ଡାଙ୍କ ନାଁପେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତେବେ ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଭରତପୁରଠାରେ ଥିବା ଘର, ବ୍ରହ୍ମପୁରର ୨ଟି ସ୍ଥାନ ବରିମୁଣ୍ଡ ଓ ଖାରବେଳନଗରରେ ଥିବା ଭଡ଼ା ଘରେ ଚଢ଼ାଉ ହୋଇଛି । ବର୍ତ୍ତମାନ ଯାଏଁ କେତେ ଚଢ଼ାଉରେ ୫ ଡିଏସ୍ପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ । ତେବେ କେତେ ପରିମାଣର ସମ୍ପତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।