ପ୍ରମୂଖ ଖବର
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଉତ୍ତରାଖଣ୍ଡ ଗାଙ୍ଗୋତ୍ରୀ ରାଜପଥର ଚାଙ୍ଗଥାଙ୍ଗ ନିକଟରେ ହିମସ୍ଖଳନ, ଗଙ୍ଗୋତ୍ରୀ ଧାମ ସମେତ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya | March 16, 2025 9:13 AM

ନୂଆଦିଲ୍ଲୀ ୧୬/୦୩: ଉତ୍ତରାଖଣ୍ଡରେ ହିମସ୍ଖଳନ। ଗାଙ୍ଗୋତ୍ରୀ ରାଜପଥର ଚାଙ୍ଗଥାଙ୍ଗ ନିକଟରେ ପୁଣି ହିମସ୍ଖଳନ। ଏହି ହିମସ୍ଖଳନ ଧରାଳି ଏବଂ ଜାଙ୍ଗଲା ସେତୁ ମଧ୍ୟରେ ହେବା ଫଳରେ ରାଜପଥରେ ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମଝି ରାସ୍ତାରେ ଅନେକ ଯାତ୍ରୀ,ଏବଂ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗଙ୍ଗୋତ୍ରୀ ଧାମ ସମେତ ଅନେକ ଅଞ୍ଚଳ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ରାସ୍ତା ଖୋଲିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ରାଜପଥ ସଫା କରିବା ପାଇଁ ସୀମା ସଡ଼କ ସଂଗଠନ (BRO) ଦଳକୁ ନିୟୋଜିତ କରାଯାଇଛି। ପ୍ରବଳ ବରଫପାତ ଯୋଗୁଁ ରିଲିଫ୍ କାର୍ଯ୍ୟ ବାଧାପାପ୍ତ ହୋଇଛି।

ସୂଚନା ଅନୁଯାଇ, ଗତ କିଛି ଦିନ ହେବ ଉତ୍ତରାଖଣ୍ଡର ଉଚ୍ଚ ଅଞ୍ଚଳରେ ପ୍ରବଳ ବରଫପାତ ହେଉଥିଲା ଯାହା ଫଳରେ ଉଚ୍ଚ ଅଞ୍ଚଳରେ ହିମସ୍ଖଳନ ନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା। ଗାଙ୍ଗୋତ୍ରୀ ରାଜପଥ ଚାଙ୍ଗଥାଙ୍ଗ ନିକଟରେ ହିମସ୍ଖଳନ ଘଟିଛି।ଏହି ହିମସ୍ଖଳନ ରାଜପଥରୁ ପ୍ରାୟ ୧୦୦ ମିଟର ତଳେ ଭାଗୀରଥି ନଦୀ ପର୍ଯ୍ୟନ୍ତ ହୋଇଛି। ଯାହା ଫଳରେ ବିପଦକୁ ଆହୁରି ବଢ଼ି ଯାଇଛି।ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାରୁ ବରଫ ହଟାଇବା ସହ ଯାତାୟତ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛି ବିଆର୍‌ଓ। ଏବେ ବରଫପାତ ହେଉଥିବାରୁ ରିଲିଫ୍ କାର୍ଯ୍ୟରେ ଅସୁବିଧା ହୋଉଛି। 

ପୂର୍ବରୁ ଫେବୃଆରୀ ୨୮ ତାରିଖରେ ଡାବରାଣୀ, ଝାଲା ନିକଟରେ ଏବଂ ଧରାଳି ଏବଂ ଭୈରୋଘାଟି ମଧ୍ୟରେ ଏକ ବଡ଼ ହିମସ୍ଖଳନ ହୋଇଥିଲା ଯାହା ଫଳରେ ରାଜପଥ ଅବରୋଧିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.