ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

UP: ଉତ୍ତର ପ୍ରଦେଶରେ ଜଘନ୍ୟ ହତ୍ୟାକାଣ୍ଡ; ସ୍ତ୍ରୀ ଓ ଭାଣିଜୀଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ମାରି ଫିଙ୍ଗିଦେଲେ

Published By : Bijay Swain | April 22, 2025 9:55 PM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଏକ ହୃଦୟ ଥରେଇବା ଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଦୁବାଇରୁ ମାତ୍ର ୧୦ ଦିନ ପୂର୍ବେ ନିଜ ଗାଁ ଫେରିଥିବା ୩୮ ବର୍ଷୀୟ ନୌଶାଦ ଅହମଦଙ୍କୁ ତାଙ୍କ ସ୍ତ୍ରୀ ରାଜିଆ ଏବଂ ତାଙ୍କ ଭାଣିଜା ରୁମାନ ମିଳିତ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୌଶାଦଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଘରଠୁ ୫୫ କିଲୋମିଟର ଦୂର ପାଟଖୌଲି ଗାଁର ଏକ ଜମିରେ ଫିଙ୍ଗି ଦିଆଯାଇଥିଲା।

ଘଟଣା ସମ୍ପର୍କରେ ରବିବାର ସକାଳେ ଜଣା ପଡିଥିଲା, ଯେତେବେଳେ ଜିତେନ୍ଦ୍ର ଗିରି ନାମକ ଜଣେ କୃଷକ ନିଜ ଜମିରେ ଏକ ସୁଟକେସ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସୁଟକେସ ଖୋଲିବାରୁ ଭିତରେ ପ୍ଲାଷ୍ଟିକ ଜରିରେ ମୋଡ଼ାଯାଇ ରଖାଯାଇଥିବା ଶରୀରର ଉପର ଅଂଶ ଏବଂ ଏକ ବସ୍ତାରେ ରଖାଯାଇଥିବା ଗୋଡ଼ ଦେଖିବାକୁ ମିଳିଥିଲା। ସୁଟକେସରେ ଥିବା ଏକ ଏୟାରପୋର୍ଟ ବାରକୋଡକୁ ନେଇ ପୋଲିସ ତଦନ୍ତର ପରିସରକୁ ବଢାଇଥିଲା। ବିମାନବନ୍ଦର କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ପୁଲିସ ମୃତକ ଜଣଙ୍କ ନୌଶାଦ ଅହମ୍ମଦ ବୋଲି ଚିହ୍ନଟ କରିଥିଲା।

ଅତିରିକ୍ତ ପୁଲିସ ଅଧୀକ୍ଷକ ଅରବିନ୍ଦ ବର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, “ନୌଶାଦଙ୍କ ସ୍ତ୍ରୀ ରାଜିଆ ଦୁବାଇରୁ ଆଣିଥିବା ସୁଟକେସ ବ୍ୟବହାର କରିବା ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଛାଡିଯାଇଥିଲେ। ବାରକୋଡ ଆମକୁ ମୃତକଙ୍କ ପରିଚୟ ଜାଣିବାରେ ସାହାଯ୍ୟ କରିଥିଲା।” ପୁଲିସ ନୌଶାଦଙ୍କ ଘରେ ପହଞ୍ଚିବାରୁ ରାଜିଆ ତାଙ୍କ ସ୍ୱାମୀ ନିଖୋଜ ଥିବା ଅଭିନୟ କରି କାନ୍ଦିଥିଲେ। କିନ୍ତୁ ଘରେ ମିଳିଥିବା ରକ୍ତର ଦାଗ ଏବଂ ଅନ୍ୟ ଏକ ରକ୍ତଲଗା ସୁଟକେସ ତାଙ୍କ ଅଭିନୟକୁ ଧରାପକାଇ ଦେଇଥିଲା। କଡ଼ା ଜେରା ପରେ ରାଜିଆ ସ୍ୱୀକାର କରିଥିଲେ ଯେ ସେ ଓ ତାଙ୍କ ଭାଣିଜା ରୁମାନ (୨୮) ଏବଂ ରୁମାନଙ୍କ ବନ୍ଧୁ ହିମାଂଶୁଙ୍କ ସହାୟତାରେ ସେ ନୌଶାଦଙ୍କୁ ହତ୍ୟା କରିଛନ୍ତି।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ନୌଶାଦଙ୍କୁ ହତ୍ୟା କରି ଶରୀରକୁ ଦୁଇ ଖଣ୍ଡ କରିଦେଇତିଲେ। ଏହାପରେ ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଏକ ଗାଡ଼ିରେ ନେଇ ଜମିରେ ଫିଙ୍ଗି ଦେଇଥିଲେ। ନୈଶାଦଙ୍କ ଘରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଯଥା କୁରାଢି, ଚପର ଓ ହାତୁଡି ଉଦ୍ଧାର କରାଯାଇଛି। ରାଜିଆଙ୍କୁ ଗିରଫ କରାଯାଇଥିବା ବେଳେ ରୁମାନ ଓ ହିମାଂଶୁ ଏବେ ମଧ୍ୟ ଫେରାର ଅଛନ୍ତି।

ନୌଶାଦଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ ରାଜିଆ ଓ ରୁମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା। ଯାହାକୁ ନୈଶାଦ କଡା ବିରୋଧ କରୁଥିଲେ। ଯାହା ଏହି ହତ୍ୟାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଟାନ ଦାବି କରିଛନ୍ତି। ପୁଲିସ ଏବେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.