ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର

Published By : Prameya | April 21, 2025 10:25 AM

ନୂଆଦିଲ୍ଲୀ,୨୧/୦୪: ଭାରତରେ‌ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ। ୪ ଦିନିଆ ଭାରତ ଗସ୍ତରେ ଆସି ପୂର୍ବାହ୍ନ ୧୦ଟା ରେ ପାଲମ ବିମାନବନ୍ଦରରେ ପହଞ୍ଚିଲେ । ତାଙ୍କ ସହ ପତ୍ନୀ ଉଷା ଭାନ୍ସ ଓ ତିନି  ସନ୍ତାନ ମଧ୍ୟ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ଖବର ମୁତାବକ, ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।  ସୋମବାର ସକାଳ ୧୦ଟାରେ ଜେ ଡି ଭାନ୍ସ ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ପତ୍ନୀ ଉଷା ଭାନ୍ସ ଓ ତିନି  ସନ୍ତାନ ମଧ୍ୟ ଭାରତ ଆସିଛନ୍ତି। ଏୟାରପୋର୍ଟ ତାଙ୍କୁ ଭବ୍ୟସ୍ବାଗତ କରାଯିବା ସହ ଗାର୍ଡଅଫ୍ ଅନର ଦିଆଯାଇଥିଲା ଏହାପରେ ଅକ୍ଷରଧାମ  ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ  ଦେଖିବାକୁ ସେ କୌଣସି ସପିଙ୍ଗ୍‌ କମ୍ପେ୍ଲକ୍ସ ଯିବେ । ଏହି ଗସ୍ତ  ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ  ଏସ୍‌ ଜୟଶଙ୍କର, ଏନ୍‌ଏସ୍‌ଏ ଅଜିତ ଡୋଭଲ, ବିଦେଶ  ସଚିବ ବିକ୍ରମ ମିସ୍ରି ପ୍ରମୁଖଙ୍କୁ ସାକ୍ଷାତ କରିବେ । ତାଙ୍କ ପାଇଁ ମୋଦି ଡିନର ଆୟୋଜନ କରିବେ । ଏହାପରେ ସୋମବାର  ରାତିରେ ହିଁ ଭାନ୍ସ ଜୟପୁର ଯାତ୍ରା କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.