ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର...ଆମେରିକୀୟ ସାଂସଦ କଲେ ସୁପାରିଶ

Published By : Tapas Panda | June 24, 2025 10:12 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ପୁଣି ଥରେ ଦାବି ଜୋର ଧରିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି କରାଇବାରେ ମୁଖ୍ୟ ଭୂମିକା ନେଇଥିବା ଟ୍ରମ୍ପଙ୍କ ନାମ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିଶ କରାଯାଇଛି ।ଆମେରିକୀୟ ସାଂସଦ ବଡି କାର୍ଟର ମଧ୍ୟପ୍ରାଚ୍ୟ ବିବାଦର ସମାଧାନରେ ଟ୍ରମ୍ପଙ୍କ ଭୂମିକା ଉପରେ ଆଲୋକପାତ କରି ନୋବେଲ ଶାନ୍ତି ପୁରସ୍କାର କମିଟିକୁ ଏନେଇ ଏକ ଚିଠି ଲେଖିଛନ୍ତି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କାର୍ଟର କହିଛନ୍ତି, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବାରେ ସାହାଯ୍ୟ କରିଛି ଏବଂ ବିଶ୍ୱର ସବୁଠାରୁ ବଡ଼ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ ଦେଶକୁ ପରମାଣୁ ଅସ୍ତ୍ର ପାଇବାରୁ ରୋକିଛି।" 

ଏହା ପ୍ରଥମ ଥର ନୁହେଁ ଯେ, ଆମେରିକା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ଦାବି ହୋଇଛି। ଚଳିତ ବର୍ଷ ଆରମ୍ଭରେ, ଆମେରିକାର ସାଂସଦ ଡାରେଲ ଇସା ମଧ୍ୟ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ କରିଥିଲେ । ୨୦୨୪ ନିର୍ବାଚନ ବିଜୟର ବିଶ୍ୱବ୍ୟାପୀ ପ୍ରଭାବକୁ ଉଲ୍ଲେଖ କରି ତାଙ୍କୁ ନୋବଲେ ଶାନ୍ତି ପୁରସ୍କାର ମିଳୁ ବୋଲି ସେ ଦାବି କରିଥିଲେ । 

 ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ନିରନ୍ତର ଯୁଦ୍ଧ ପରେ, ଆମେରିକା ଏବଂ କତାର ମଧ୍ୟସ୍ଥତାରେ ମଙ୍ଗଳବାର (୨୪ ଜୁନ୍ ୨୦୨୫) ଦିନ ଯୁଦ୍ଧବିରତି ହୋଇଥିଲା। ଟ୍ରମ୍ପ କହିଛନ୍ତି, "ସମସ୍ତଙ୍କୁ ଅଭିନନ୍ଦନ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଯୁଦ୍ଧବିରତି ହୋଇଛି। ଇସ୍ରାଏଲ ଏବଂ ଇରାନ ପ୍ରାୟ ଏକା ସମୟରେ ମୋ ପାଖକୁ ଆସିଥିଲେ ଏବଂ ଶାନ୍ତି ପାଇଁ ନିବେଦନ କରିଥିଲେ। ମୁଁ ଜାଣିଥିଲି ଯେ, ଏବେ ସମୟ ଆସିଯାଇଛି। ବିଶ୍ୱ ଏବଂ ପଶ୍ଚିମ ଏସିଆ ପ୍ରକୃତ ବିଜେତା।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.