ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଟ୍ରମ୍ପଙ୍କ ୫୦% ଶୁଳ୍କ ଲାଗୁ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି... ବିଜ୍ଞପ୍ତି ଜାରି କଲା ଆମେରିକା

Published By : Swapna Ray | August 26, 2025 8:42 AM

ନୂଆଦିଲ୍ଲୀ, ୨୬।୮: ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛି ଆମେରିକା । ଆଉ ମାତ୍ର ଦିନକ ପରେ ଅର୍ଥାତ୍ ୨୭ ଅଗଷ୍ଟ, ୨୦୨୫ ରାତି ୧୨.୧ ମିନିଟ୍‌ରୁ ଏହା କାର୍ଯ୍ୟକାରୀ ହେବ । ଆମେରିକା କହିଛି ଯେ, ଭାରତ ରୁଷରୁ ତେଲ କିଣିବାରୁ ସେ ଏହି ପଦକ୍ଷେପ ନେଇଛି ।

ଟ୍ରମ୍ପ ପ୍ରଶାସନ କହିଛି ଯେ, ରୁଷରୁ ତେଲ କିଣି ଭାରତ ପରୋକ୍ଷ ଭାବେ ମସ୍କୋକୁ ୟୁକ୍ରେନ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଉଛି । ପୂର୍ବରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହୋଇଥିବା ବେଳେ ଏବେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଯାଉଛି । ଅର୍ଥାତ୍, ଭାରତରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ମୋଟ୍ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ । ଏହି ହାର ବ୍ରାଜିଲ ସହିତ ସମାନ ହୋଇଥିବା ବେଳେ ଅନ୍ୟାନ୍ୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶ ତୁଳନାରେ ବହୁତ ଅଧିକ । ଅନ୍ୟପଟେ ଔଷଧ, ସେମିକଣ୍ଡକ୍ଟର ଏବଂ ଶକ୍ତି ସମ୍ପଦ ଭଳି କିଛି କ୍ଷେତ୍ର ଏହି ଶୁଳ୍କରୁ ମୁକ୍ତ । ଭାରତର ୮୭ ବିଲିୟନ ଡଲାର ମୂଲ୍ୟର ଆମେରିକାର ରପ୍ତାନି, ଯାହା ଦେଶର GDPର ୨.୫ ପ୍ରତିଶତ । ଯାହା ଫଳରେ ବୟନଶିଳ୍ପ, ଅଳଙ୍କାର, ଚମଡ଼ା, ସାମୁଦ୍ରିକ ଉତ୍ପାଦ, ରାସାୟନିକ ପଦାର୍ଥ ଏବଂ ଅଟୋ ପାର୍ଟସ ଭଳି କ୍ଷେତ୍ରଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବେ ।  

ଆମେରିକାର ଶୁଳ୍କ ଲାଗୁ ନେଇ ଭାରତର ପ୍ରତିକ୍ରିୟା: 

ଭାରତର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କକୁ ଅନୁଚିତ୍ ଏବଂ ଅନ୍ୟାୟ ବୋଲି କହିଛି । ମନ୍ତ୍ରଣାଳୟ କହିଛି ଯେ, ଭାରତ ତାର ଶକ୍ତିର ଆବଶ୍ୟକତା ଏବଂ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରୁଷରୁ ତେଲ ଆମଦାନୀ କରୁଛି, ଯାହାକୁ ଆମେରିକା ପୂର୍ବରୁ ବିଶ୍ୱ ଶକ୍ତି ବଜାରର ସ୍ଥିରତା ପାଇଁ ଉତ୍ସାହିତ କରିଥିଲା । ଭାରତ ସରକାର ଆମେରିକା ଉପରେ ତୁରନ୍ତ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବା ପରିବର୍ତ୍ତେ କୂଟନୈତିକ ଆଲୋଚନା ଏବଂ ରପ୍ତାନିକାରୀଙ୍କ ପାଇଁ ପ୍ରୋତ୍ସାହନ ଭଳି ପଦକ୍ଷେପ ଉପରେ ବିଚାର କରୁଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତୀୟ ସାମଗ୍ରୀ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଉପରେ ତାଙ୍କର ଦୃଢ଼ ମତ ବଜାୟ ରଖିଛନ୍ତି ଏବଂ କହିଛନ୍ତି, ୱାଶିଂଟନର ଆର୍ଥିକ ଚାପ ସତ୍ତ୍ୱେ ତାଙ୍କ ସରକାର ଏ ସମସ୍ୟାର ସମାଧାନ ଖୋଜିବ । ଅହମ୍ମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଯେତେ ଚାପ ଆସୁ ନା କାହିଁକି, ଆମେ ଏହାକୁ ସହ୍ୟ କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିବୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁଜରାଟରୁ ପ୍ରଚୁର ଶକ୍ତି ମିଳୁଛି ଏବଂ ଏହା ପଛରେ ଦୁଇ ଦଶନ୍ଧିର କଠିନ ପରିଶ୍ରମ ରହିଛି ।" 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.