ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼; ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ

Published By : Manoj | August 26, 2025 9:48 AM

ଗାଜା ସିଟି,୨୬/୮: ଇସ୍ରାଏଲ ସେନା ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ ଅଞ୍ଚଳରେ ଥିବା ସର୍ବବୃହତ୍‌ ନାସର ହସ୍ପିଟାଲ ଉପରେ ବୋମାମାଡ଼ କରିଛି । ଏଥିରେ ୫  ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକଙ୍କ ମଧ୍ୟରେ ଅଛନ୍ତି  ରଏଟର୍ସ ଫଟୋ ସାମ୍ବାଦିକ ହୋସମ ଅଲ୍‌-ମାସ୍ରି, ଅଲ୍‌ ଜଜିରା ଫଟୋ ସାମ୍ବାଦିକ ସହମ୍ମଦ ସଲମା, ଏପି ଫ୍ରିଲାନ୍ସର ସାମ୍ବାଦିକ ମରିଅମ ଅବୁ ଡାଗା, ଏନ୍‌ବିସି ସାମ୍ବାଦିକ ମୋଆଜ ଅବୁ  ତାହା ଏବଂ କ୍ୟୁଡ ଫିଡ୍‌ ନେଟୱାର୍କର ମହମ୍ମଦ  ଅବୁ ଅଜିଜ । ସେହିଭଳି ଏହି ଆକ୍ରମଣରେ କିଛି ସିଭିଲ ଡିଫେନ୍ସ ଓ ମେଡିକାଲ  କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । 

ସୂଚନା ଅନୁସାରେ ଇସ୍ରାଏଲୀ ସେନା ପ୍ରଥମେ ନାସର ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ  ଉପରେ ବୋମା ମାଡ଼ କରିଥିଲେ । ଏଥିରେ  ଅନେକ ଲୋକ ମୃତାହତ ହୋଇଥିଲେ । ଖବର ପାଇ ସିଭିଲ ଡିଫେନ୍ସ ଓ ହସ୍ପିଟାଲ  କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରୁଥିଲେ। ସାମ୍ବାଦିକମାନେ ସେଠାରେ ଫଟୋ ଉଠାଇବା  ସହ ଖବର ସଂଗ୍ରହ କରୁଥିଲେ । ଏହି  ସମୟରେ ଇସ୍ରାଏଲ ସେନା ପୁଣି ସେଠାରେ  ହଠାତ୍‌ ବୋମାମାଡ଼ ଆରମ୍ଭ କରିଦେଇଥିଲେ ।  

ଇସ୍ରାଏଲର ଏଭଳି ଆକ୍ରମଣକୁ ବିଶ୍ୱବ୍ୟାପୀ  ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ  ଇସ୍ରାଏଲ ଏହି ଆକ୍ରମଣକୁ ସ୍ୱୀକାର କରିଥିଲା ବେଳେ ସାମ୍ବାଦିକଙ୍କୁ ଟାର୍ଗେଟ କରିବା  ଅଭିଯୋଗକୁ ଖଣ୍ଡନ କରିଛି । ଦୀର୍ଘ ୨୨ ମାସ  ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ନାସର ହସ୍ପିଟାଲକୁ ଅନେକଥର ଟାର୍ଗେଟ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.