ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଅସୀମ ମୁନିରଙ୍କୁ ପୁଣି ଉପହାର, ୨୦୨୭ ପର୍ଯ୍ୟନ୍ତ ରହିବେ ପାକିସ୍ତାନର ସେନା ମୁଖ୍ୟ

Published By : Tapas Panda | August 26, 2025 5:28 PM

Image Courtesy: thewire

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ୨୦୨୭ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଭାରତ ସହିତ ବିବାଦ ମଧ୍ୟରେ ପଦୋନ୍ନତି ପାଇଥିବା ମୁନିରଙ୍କୁ ପୁଣି ମିଳିଛି ଉପହାର । ନିକଟରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ହୋଇଥିଲେ ଅସୀମ ମୁନିର । ସେ ସାମରିକ ଏକଛତ୍ରବାଦୀ ଶାସକ ଆୟୁବ ଖାନଙ୍କ ପରେ ପାକିସ୍ତାନର ଦ୍ୱିତୀୟ ଫିଲ୍ଡ ମାର୍ଶାଲ ହୋଇଥିଲେ। ଏବେ ତାଙ୍କର ସେନା ମୁଖ୍ୟ ପଦବୀ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଯାଇଛି। ଏହାର ଅର୍ଥ ହେଉଛି, ୨୯ ନଭେମ୍ବର ୨୦୨୭ ପର୍ଯ୍ୟନ୍ତ କେହି ଅସୀମ ମୁନିରଙ୍କୁ ହଟାଇ ପାରିବେ ନାହିଁ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏବେ ସେନା, ନୌସେନା ଏବଂ ବାୟୁସେନା ଙ୍କ କାର୍ଯ୍ୟକାଳ ତିନି ବର୍ଷ ନୁହେଁ ବରଂ ପୂର୍ଣ୍ଣ ପାଞ୍ଚ ବର୍ଷ ହେବ । ଯେକୌଣସି ସେନାର ମୁଖ୍ୟ ନିଯୁକ୍ତ ହେବା ପରେ, ସେ ପାଞ୍ଚ ବର୍ଷ ପାଇଁ ସମାନ ପଦବୀରେ ରହିବେ। 

ସରକାରୀ ସୂତ୍ର ଅନୁଯାୟୀ, ଏହି ବିଷୟ ଆଇନ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି ଏବଂ କୌଣସି ନୂତନ ପଦକ୍ଷେପ କିମ୍ବା ପରିବର୍ତ୍ତନର ଆବଶ୍ୟକତା ନାହିଁ। ୪ ନଭେମ୍ବର ୨୦୨୪ରେ ସଂସଦରେ ଆଇନ ଗୃହୀତ ହେବା ପରେ ଏହି ନିୟମ ଲାଗୁ ହେବ । ଜେନେରାଲ (ଫିଲ୍ଡ ମାର୍ଶଲ) ସୟଦ ଅସୀମ ମୁନିରଙ୍କୁ ୨୯ ନଭେମ୍ବର ୨୦୨୨ରେ ସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ଆଇନ ଅନୁଯାୟୀ, ତାଙ୍କର କାର୍ଯ୍ୟକାଳ ୨୯ ନଭେମ୍ବର ୨୦୨୭ ପର୍ଯ୍ୟନ୍ତ ରହିବ। ସେପଟେ ସେ ନଭେମ୍ବର ୨୦୨୫ରେ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ । 

ବାୟୁସେନା ମୁଖ୍ୟ ଜାହିର ଅହମ୍ମଦ ବାବର ସିଦ୍ଧୁଙ୍କୁ ୧୯ ମାର୍ଚ୍ଚ ୨୦୨୧ରେ ନିଯୁକ୍ତି ଦିଆଯାଇଥିଲା। ତାଙ୍କର କାର୍ଯ୍ୟକାଳ ୧୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହିବ। ସରକାର ମେ ୨୦୨୫ରେ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୨୦୨୬ ପରେ ମଧ୍ୟ ସେ ପଦରେ ରହିବେ।

ଆଇନରେ ବଡ଼ ପରିବର୍ତ୍ତନ କରାଯାଇଛି

୧. ସେନା ଆଇନ, ୧୯୫୨ରେ ସଂଶୋଧନ - ସେନା ମୁଖ୍ୟଙ୍କୁ ଏବେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଜେନେରାଲଙ୍କ ବୟସ ଏବଂ ଅନ୍ୟ ନିୟମ ସେନା ମୁଖ୍ୟଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

୨. ନୌସେନା ଅଧ୍ୟାଦେଶ, ୧୯୬୧ରେ ସଂଶୋଧନ - ନୌସେନା ମୁଖ୍ୟ ମଧ୍ୟ ପାଞ୍ଚ ବର୍ଷ ପାଇଁ ଏହି ପଦବୀରେ ରହିବେ। ଆଡମିରାଲଙ୍କ ବୟସ ଏବଂ ସେବା ସୀମା ଲାଗୁ ହେବ ନାହିଁ।

୩. ବାୟୁସେନା ଆଇନ, ୧୯୫୩ରେ ସଂଶୋଧନ - ବାୟୁସେନା ମୁଖ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ପାଞ୍ଚ ବର୍ଷ ହେବ। ବାୟୁସେନା ମୁଖ୍ୟ ମାର୍ଶଲଙ୍କ ବୟସ ଏବଂ ସେବା ସୀମା ଏଠାରେ ମଧ୍ୟ ପ୍ରଯୁଜ୍ୟ ହେବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.