ନୂଆଦିଲ୍ଲୀ ୨୬/୦୮: ସମ୍ପ୍ରତି ଆମେରିକାରେ ସ୍କ୍ରୁୱର୍ମ ନାମକ ଏକ ରୋଗର ମାମଲା ସାମ୍ନାକୁ ଆସିଛି। ଆମେରିକା ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେଇଥିଲା କିନ୍ତୁ ବହୁ ବର୍ଷ ପରେ ପୁଣି ଥରେ ଏହାର ପ୍ରଥମ ମାମଲା ରିପୋର୍ଟ ହୋଇଛି। ମେରିଲ୍ୟାଣ୍ଡର ଜଣେ ବ୍ୟକ୍ତି ଏଲ ସାଲଭାଡୋର ଯାତ୍ରା କରି ଫେରିଥିଲେ, ତାଙ୍କଠାରେ ଏହି ଭାଇରସ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହା ମେରିଲ୍ୟାଣ୍ଡ ସ୍ୱାସ୍ଥ୍ୟ ଫାକଲ୍ଟି ଏବଂ ଯୁକ୍ତରାଷ୍ଟ୍ର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଦ୍ୱାରା ତଦନ୍ତ କରାଯାଇଥିଲା ଏବଂ ଅଗଷ୍ଟ ୪ ରେ ନିଶ୍ଚିତ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ସ୍କ୍ରୁୱାର୍ମ ରୋଗ କ'ଣ?
ସ୍କ୍ରୁୱାର୍ମ ହେଉଛି ମାଛି ଦ୍ୱାରା ବ୍ୟାପିଥିବା ଏକ ପରଜୀବୀ ରୋଗ। ଏହା ମୁଖ୍ୟତଃ ଉଷ୍ମ ରକ୍ତ ଥିବା ପ୍ରାଣୀମାନଙ୍କୁ ସଂକ୍ରମିତ କରେ,କିନ୍ତୁ କିଛି କ୍ଷେତ୍ରରେ ଏହା ମଣିଷକୁ ମଧ୍ୟ ପ୍ରଭାବିତ କରିପାରେ। ଏହି ରୋଗ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ସ୍କ୍ରୁୱାର୍ମ ମାଛି ପ୍ରାଣୀର ଖୋଲା ଥିବା କ୍ଷତ ଉପରେ ଅଣ୍ଡା ଦିଏ।ଏହି ଅଣ୍ଡାଗୁଡ଼ିକ କିଛି ଘଣ୍ଟା ମଧ୍ୟରେ ଲାର୍ଭାରେ ପରିଣତ ହୁଅନ୍ତି, ଯାହାକୁ 'ସ୍କ୍ରୁୱର୍ମ' କୁହାଯାଏ। ଏହି ଲାର୍ଭା କ୍ଷତ ଭିତରେ ଥିବା ଜୀବନ୍ତ ଟିସୁଗୁଡ଼ିକୁ ଖାଇବା ଆରମ୍ଭ କରନ୍ତି, ଯାହା ଫଳରେ କ୍ଷତ ଆହୁରି ଗଭୀର ହୋଇଯାଏ।
ମଣିଷ ପାଇଁ କେତେ ବିପଦପୂର୍ଣ୍ଣ ?
ଏହି ରୋଗ ମଣିଷ ପାଇଁ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ। ଯଦି ଏହି ସଂକ୍ରମଣରେ କୌଣସି ମଣିଷ ଆକ୍ରାନ୍ତ ହୁଏ, ତେବେ ଏହାର ଲକ୍ଷଣ ପଶୁମାନଙ୍କ ପରି ହୋଇଥାଏ। କ୍ଷତ ସ୍ଥାନରେ ଯନ୍ତ୍ରଣା, ଫୁଲା ହୋଇପାରେ, ଏବଂ କ୍ଷତରୁ ଦୁର୍ଗନ୍ଧ ମଧ୍ୟ ବାହାରିପାରେ। ଯଦି ସମୟ ମଧ୍ୟରେ ଚିକିତ୍ସା ନ କରାଯାଏ, ତେବେ ଏହି ସଂକ୍ରମଣ ଗୁରୁତର ହୋଇପାରେ।