କେନ୍ଦୁଝର,୩୦/୧୦: କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର । ବୁଧବାର ସକାଳୁ କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଗାଡି ଚଳାଚଳରେ ସମସ୍ୟା ଦେଖା ଦେଇଛି । ଲୋକେ ଗାଡିର ଲାଇଟ୍ ଲଗାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।
ଘନ କୁହୁଡି ଯୋଗୁଁ ସକାଳୁ ସକାଳୁ ଲୋକେ ଘରୁ ବାହାରିବା ଏବଂ ଖାସ୍ କରି ପିଲାମାନେ ସ୍କୁଲ ଯିବା କଷ୍ଟକର ହୋଇପଡ଼ିଛି । ସକାଳୁ ସକାଳୁ ଚଲଚଞ୍ଚଳ ହୋଇ ପଡୁଥିବା କେନ୍ଦୁଝର ଅଞ୍ଚଳର ବଜାର ଘାଟ ଶୂନ ଶାନ୍ ହୋଇପଡିଛି l କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖା ଦେଇଦେଇଛି l