ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଥଲାପତି ବିଜୟଙ୍କ ରାଜନୀତିରେ ପ୍ରବେଶକୁ ରଜନୀକାନ୍ତଙ୍କ ଶୁଭେଚ୍ଛା, କହିଲେ...

Published By : Ladu Kishor | October 31, 2024 9:43 PM

ନୂଆଦିଲ୍ଲୀ: ନିକଟରେ ତାମିଲ ଫିଲ୍ମ ଷ୍ଟାର ଥାଲାପତି ବିଜୟ ରାଜନୀତିରେ ପ୍ରବେଶ କରିଛନ୍ତି । ବିଜୟ ଏକ ବଡ ରାଲିର ଆୟୋଜନ କରି 'ତମିଜାଗା ବେତ୍ରି କଷଗମ' (ଟିବିକେ) ପାର୍ଟି ଆରମ୍ଭ କରିଛନ୍ତି । ୨୭ ଅକ୍ଟୋବରରେ ବିଲୁପୁରମ୍ ଜିଲ୍ଲାରେ ଆୟୋଜିତ ଅଭିନେତା ବିଜୟଙ୍କ ରାଲିରେ ଏକ ବିରାଟ ଜନସମାଗମ ହୋଇଥିଲା। ସୁପରଷ୍ଟାର ରଜନୀକାନ୍ତ ଏହି ସଫଳ ରାଜନୈତିକ ସମ୍ମିଳନୀ ପାଇଁ ଥଲାପତି ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ଦିନ ତାଙ୍କ ଘର ବାହାରେ ପ୍ରଶଂସକ ମାନଙ୍କୁ ଦିୱାଲୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଗଣମାଧ୍ୟମ ତାଙ୍କୁ ଥଲାପତି ବିଜୟଙ୍କ ରାଜନୈତିକ ପ୍ରବେଶ ବିଷୟରେ ପ୍ରଶ୍ନ ପଚାରିଥିଲା। ଏହା ଉପରେ ରଜନୀକାନ୍ତ କହିଛନ୍ତି ଯେ, ସେ ଏହି ସମ୍ମିଳନୀକୁ ବହୁତ ସଫଳତାର ସହ ଆୟୋଜନ କରିଥିଲେ । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ତେବେ ରଜନୀକାନ୍ତ ରାଲିରେ ବିଜୟଙ୍କ କୌଣସି ମନ୍ତବ୍ୟ ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଛନ୍ତି।

ଟିବିକେ ପାର୍ଟି ପ୍ରତିଷ୍ଠାତା ବିଜୟ ରାଲିରେ ଡିଏମକେ ଏବଂ ଏହାର ପ୍ରଥମ ପରିବାରକୁ ସମାଲୋଚନା କରିଥିଲେ । ବିଜୟ କହିଛନ୍ତି ଯେ ରାଜ୍ୟର ଶାସକ ଦଳର ନେତାମାନେ 'ଲୋକ ବିରୋଧୀ ସରକାରକୁ ଦ୍ରାବିଡ଼ ମଡେଲ ସରକାର' ବୋଲି କହୁଛନ୍ତି । ସୂଚନାଥାଉକି,ଯେ ତାମିଲନାଡୁ ସିଏମ ଏବଂ ଡିଏମକେ ପାର୍ଟି ସଭାପତି ଏମ.କେ ଷ୍ଟାଲିନଙ୍କ ବିବୃତ୍ତି ସହିତ ଦ୍ରାବିଡ଼ ମଡେଲ ସରକାର ସଂଯୁକ୍ତ । ଏହି ରାଲିରେ ବିଜୟ ଆହୁରି କହିଛନ୍ତି ଯେ, ତାଙ୍କ ଦଳ ଧର୍ମନିରପେକ୍ଷ ସାମାଜିକ ନ୍ୟାୟର ଆଦର୍ଶ ଉପରେ ଆଧାରିତ ଏବଂ ଇଭିଆର ପେରିୟାର ଏବଂ କେ କାମରାଜଙ୍କ ଭଳି ନେତାମାନେ ଦଳର ମାର୍ଗଦର୍ଶକ ଅଟନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.