କେନ୍ଦୁଝର ସଦର,୦୧/୧୧: "ମୋ ନିଜ ଗାଁ ର ବନ୍ଦଣାକୁ ପର୍ବକୁ ମୁଁ ଭୁଲି ନାହିଁ । ଛୋଟ ବେଳରୁ ହିଁ ଏ ପୂଜାରେ ସାମିଲ୍ ହୋଇ ଉତ୍ସବ ପାଳନ କରୁଅଛି । ଗାଁ ସାହି ଭାଈ ସହିତ ଦୀପାବଳି ବନ୍ଦଣା ଉତ୍ସବ ପାଳନ କରିବା ଖୁବ ନିଆରା ପରମ୍ପରା ରହିଛି । ଏହାକୁ ଭୁଲି ହେବ ନାହିଁ ।" ଓଡିଶା ସରକାରଙ୍କ ମୁଖ୍ୟ ଦାୟିତ୍ତ୍ୱ ନେଇଥିଲେ ମଧ୍ୟ ଓଡ଼ିଆ ଅସ୍ମିତା ଜୀବିତ ରଖିବା ପାଇଁ ପରମ୍ପରାକୁ ନଭୁଲି ସାହି ଭାଇର ପାରମ୍ପରିକ ପୂଜାରେ ସାମିଲ୍ ହୋଇ ମାଦଲ ବଜାଇ ଧିଂ ମାନିରେ ସାମିଲ ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ।
ଘରେ ଯେଉଁ ଗୁହାଳ ପୂଜା ବା (ଗୋବର୍ଦ୍ଧନ) ପୂଜା ନିଜେ ମୂଖ୍ୟ ମନ୍ତ୍ରୀ କରିବେ ଏବଂ ନିଜ ସାନ୍ତାଳୀ ସମାଜର ସହରାଇ ପାରା ପୂଜାରେ ସାମିଲ୍ ହୋଇ ସାହି ଭାଇଙ୍କୁ ଉତ୍ସାହିତ କରିଛନ୍ତି । ଓଡିଆ ଅସ୍ମିତାକୁ ନଭୂଲି ଏହାକୁ ଅଧିକ ସରସ ସୁନ୍ଦର ସହିତ ଜୀବିତ ରଖିବା ପାଇଁ ସମ୍ପ୍ରଦାୟର ଭାଈ ଭଉଣୀଙ୍କୁ ମୁଖ୍ୟ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।