ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ପୁଅ ପାଇଁ ବିଜେପିକୁ ପ୍ରଶଂସା କରୁଛନ୍ତି ଏମଏନଏସ୍‌ ମୁଖ୍ୟ ରାଜ୍‌ ଠାକରେ: ସଞ୍ଜୟ ରାଉତ

Published By : Tapas Panda | October 31, 2024 9:37 PM

ମୁମ୍ବାଇ: ପୁଅ ଅମିତ ଠାକରେଙ୍କ ଲାଗି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ମୁଖ୍ୟ ରାଜ ଠାକରେ ବିଜେପିର ପ୍ରଶଂସା କରୁଛନ୍ତି ବୋଲି ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି । ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅମିତ ଠାକରେ ଏମଏନଏସ୍‌ ଟିକେଟରୁ ଭୋଟ ରାଜନୀତିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ମୁମ୍ବାଇର ମହିମ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବୁଧବାର ରାଜ ଠାକରେ କହିଥିଲେ ଯେ, ଏମଏନଏସ୍‌ ଓ ବିଜେପି ନିର୍ବାଚନ ପରେ ମେଣ୍ଟ କରିପାରିବେ ଏବଂ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ ।  

ଏହାକୁ ନେଇ ସଞ୍ଜୟ ରାଉତ କହିଛନ୍ତି, ‘ଯାହାଙ୍କ ପୁଅ ନିର୍ବାଚନ ଲଢ଼ୁଛନ୍ତି ତାଙ୍କର କଥା କହିବାର ଶୈଳୀ ଦେଖନ୍ତୁ । ଦିନେ ବିଜେପି ଓ ଅମିତ ଶାହଙ୍କୁ ମହାରାଷ୍ଟ୍ରରୁ ବାହାର କରିବାକୁ ଯିଏ କହୁଥିଲେ ସେ ଏବେ ବିଜେପିର ଗୁଣଗାନ କରୁଛନ୍ତି । ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମହାବିକାଶ ଅଘାଡ଼ିରୁ ହେବେ ବୋଲି ସଞ୍ଜୟ ରାଉତ ଦାବି କରିଛନ୍ତି ।’ 

ସୂଚନାଯୋଗ୍ୟ, ରାଜ ଠାକରେ ୨୦୧୯ ଲୋକସଭା  ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କରିଥିଲେ ।  ପରେ ସେ ତାଙ୍କର ପକ୍ଷ ବଦଳାଇଥିଲେ ।  ସେପଟେ ବିଜେପି ଅମିତ ଠାକରେଙ୍କୁ ସମର୍ଥନ ଦେଇଛି । ଫଳରେ ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବ । ଏହି ଆସନରେ ବିଜେପିର ସହଯୋଗୀ ଶିବସେନାର ସଦାନନ୍ଦ ଶର୍ବଣକର ଏବଂ ବିରୋଧୀ ଶିବସେନା (ୟୁବିଟି)ରୁ ପ୍ରାର୍ଥୀ ହୋଇଛନ୍ତି ମହେଶ ସାଓ୍ବନ୍ତ । 

ଏକାନାଥ ସିନ୍ଦେଙ୍କ ଶିବସେନାର ପ୍ରାର୍ଥୀ ଶର୍ବଣକର ସେହି ଆସନରୁ ହିଁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ନଭେମ୍ବର ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାରୁ ପ୍ରାର୍ଥୀଙ୍କ ମନୋଭାବ ପରିବର୍ତ୍ତନ ହୋଇପାରେ । ବିଜେପି, ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ରାଜ ଠାକରେ ପ୍ରଶଂସା କରିବାକୁ ନେଇ ସଂଜୟ ରାଉତ ତାଙ୍କୁ ଖୁବ ସମାଲୋଚନା କରିଛନ୍ତି । କେବଳ ପୁଅର ରାଜନୈତିକ ସଫଳତା ଲାଗି ରାଜ ଠାକରେ ବିଜେପିକୁ ପ୍ରଶଂସା କରୁଛନ୍ତି ବୋଲି ସଂଜୟ ରାଉତ ଦାବି କରିଛନ୍ତି ।                                                                                                                 

  • Maharastra
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.