ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ବଲିଉଡର ଏହି ଅଭିନେତ୍ରୀଙ୍କ ନାଁରେ ରଖାଯାଇଥିଲା ଏକ ଫୁଲର ନାଁ, ଗୋଟିଏ ଝଲକ ପାଇବାକୁ ଜାମ୍‌ ହୋଇଥିଲା ଦୁବାଇ ଟ୍ରାଫିକ୍‌

ମୁମ୍ବାଇ ୦୧/୧୧: ଯଦି କାହାର ସୌନ୍ଦର୍ଯ୍ୟକୁ ଶବ୍ଦରେ ପ୍ରକାଶ କରିବାକୁ ପଡେ, ତେବେ ମନେ ପଡିଯାଆନ୍ତି ଉର୍ଦ୍ଦୁ କବି ଏବଂ ସେମାନଙ୍କ ଦ୍ୱାରା ଲିଖିତ କବିତା । ହେଲେ ହିନ୍ଦୀ ସିନେମାରେ ଏପରି କିଛି ହସିନା ଅଛନ୍ତି ଯାହାଙ୍କ ସୌନ୍ଦର୍ଯ୍ୟ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ଏପରି ଏକ ଚେହେରା ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଜି ଐଶ୍ୱର୍ଯ୍ୟା ତାଙ୍କର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କ ଜୀବନ ସହିତ ଜଡିତ କିଛି କଥା ।

ନଭେମ୍ବର ୧,  ୧୯୭୩ ରେ, କର୍ଣ୍ଣାଟକର ମାଙ୍ଗାଲୋରରେ ଐଶ୍ୱର୍ଯ୍ୟାଙ୍କ ଜନ୍ମ। ଐଶ୍ୱର୍ଯ୍ୟାଙ୍କର ମଧ୍ୟ ଏକ ବଡ଼ ଭାଇ ଅଛନ୍ତି ଯାହାଙ୍କ ନାମ ଆଦିତ୍ୟ । କର୍ଣ୍ଣାଟକରେ ଜନ୍ମ ହୋଇଥିବାରୁ ଐଶ୍ୱର୍ଯ୍ୟା ଆରାମରେ ତେଲୁଗୁ ଭାଷାରେ କଥାବାର୍ତ୍ତା କରିପାରନ୍ତି। ଏହା ବ୍ୟତୀତ ସେ କନ୍ନଡ, ହିନ୍ଦୀ, ମରାଠୀ, ଇଂରାଜୀ ଏବଂ ତାମିଲ ମଧ୍ୟ ଜାଣିଛନ୍ତି । ଐଶ୍ୱର୍ଯ୍ୟାଙ୍କ ପ୍ରାଥମିକ ଶିକ୍ଷା ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ହୋଇଥିଲା। ପରେ ତାଙ୍କ ପରିବାର ମୁମ୍ବାଇରେ ବସବାସ କଲେ। ମୁମ୍ବାଇରେ ସେ ସାଣ୍ଟା କ୍ରୁଜ ଆର୍ଯ୍ୟ ବିଦ୍ୟା ମନ୍ଦିର, ଏବଂ ପରେ ଡି.ଜି ରୁପାରେଲ କଲେଜ, ମାଟୁଙ୍ଗାରେ ପାଠ ପଢିଥିଲେ।

ଐଶ୍ୱର୍ଯ୍ୟାଙ୍କୁ ପାଠ ପଢା ସହ ମଡେଲିଂ ପାଇଁ ମଧ୍ୟ ଅନେକ ଅପ୍ସନ ମିଳିଥିଲା। ପାଠ ପଢା ସେ ମଡେଲିଂ ମଧ୍ୟ କରିଥିଲେ । ଯେତେବେଳେ ସେ ନବମ ଶ୍ରେଣୀରେ ପଢୁଥିଲେ ସେତେବେଳେ ତାଙ୍କୁ କ୍ୟାମଲିନ୍ କମ୍ପାନୀ ତରଫରୁ ପ୍ରଥମ ମଡେଲିଂ ଅଫର୍‌ ମିଳିଥିଲା। ଏହା ପରେ ସେ କୋକ୍, ଫ୍ରୁଟି ଏବଂ ପେପ୍ସୀ ପାଇଁ ବିଜ୍ଞାପନ କରିଥିଲେ। ଯେହେତୁ ସେ ମଡେଲିଂ କରୁଥିଲେ ତେଣୁ ସେ ମିସ୍ ୱାର୍ଲ୍ଡ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରା ବହୁତ ଲମ୍ବା ଥିଲା କିନ୍ତୁ ଐଶ୍ୱର୍ଯ୍ୟା ପ୍ରତ୍ୟେକ ମାଇଲଖୁଣ୍ଟ ଅତିକ୍ରମ କରି ଚାଲିଥିଲେ। ୧୯୯୪ ମସିହାରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ରନର୍ ଅପ୍ ହେବା ପରେ ସେହି ବର୍ଷ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ।

ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ଐଶ୍ୱର୍ଯ୍ୟା ଦେଶର ଏକ ଜଣାଶୁଣା ଚେହେରା ପାଲଟିଗଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ମିସ୍ ୱାର୍ଲ୍ଡ ପରେ ଐଶ୍ୱର୍ଯ୍ୟା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ  ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ ଲଗାଉଥିଲେ। ଐଶ୍ୱର୍ଯ୍ୟାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍ ରହିଥିଲା ଯେ ୨୦୦୬ ରେ, ଏକ ସାବୁନ୍ ବିଜ୍ଞାପନର ସୁଟିଂ ସମୟରେ ଦୁବାଇରେ ଦିନସାରା ଟ୍ରାଫିକ୍ ଜାମ୍ ହୋଇଥିଲା । ଲୋକମାନେ ତାଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ । ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଅଭିନେତ୍ରୀ ଯିଏ 'ରୋଲିଂ ଷ୍ଟୋନ୍' ମାଗାଜିନରେ ନଜର ଆସିଥିଲେ। ଏପରିକି ନ୍ୟୁଜିଲ୍ୟାଣ୍ଡର ଏକ ଟୁଲିପ୍‌ ଫୁଲର ନାମ ମଧ୍ୟ ଅଭିନେତ୍ରୀଙ୍କ ନାମରେ ରଖାଯାଇଥିଲା।

ଖୁବ୍‌ କମ୍‌ ଲୋକ ଜାଣିଥିବେ ଐଶ୍ୱର୍ଯ୍ୟା ବଲିଉଡରେ ପ୍ରଥମେ ରେଖାଙ୍କୁ ଭେଟିଥିଲେ, ଯାହା ପଛରେ ଏକ ରୋଚକ କାହାଣୀ ରହିଥିଲା। ସେ ଯେତେବେଳେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ଏବଂ ମଡେଲିଂ କରୁଥିଲେ ସେତେବେଳେ ସେ ପ୍ରଥମେ ରେଖାଙ୍କୁ ଭେଟିଥିଲେ । ଐଶ୍ୱର୍ଯ୍ୟା ତାଙ୍କ ମାଙ୍କ ସହ ଏକ ତେଜରାତି ଦୋକାନରେ ଥିଲେ, ତାଙ୍କୁ ପଛରୁ ରେଖା ଟ୍ୟାପ୍‌ କରିଥିଲେ ଏବଂ ମଡେଲିଂ ବିଜ୍ଞାପନରୁ ତାଙ୍କୁ ଚିହ୍ନିଥିଲେ। 

୧୯୯୪ ମସିହାରେ, ଐଶ୍ୱର୍ଯ୍ୟା ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ମଣି ରତ୍ନମଙ୍କ ୧୯୯୭ ତାମିଲ ଫିଲ୍ମ ‘ଇରୁଭର’ରେ କାମ କରିଥିଲେ ଏବଂ ସେହି ବର୍ଷ 'ଅର ପ୍ୟାର ହୋ ଗୟା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ୧୯୯୯ ରିଲିଜ୍‌ ହୋଇଥିବା ଅଭିନେତ୍ରୀ ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ୍' ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସହ ସଲମାନ ଖାନ ଏବଂ ଅଜୟ ଦେବଗନ ଥିଲେ। ଏହାପରେ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ଡେଟିଂ ବିଷୟରେ ଆଲୋଚନା ଜୋରସୋରରେ ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.