ଭୁବନେଶ୍ବର ୦୩/୧୦: ଟ୍ବିନ୍ ସିଟିର ଅତିରିକ୍ତ ପୋଲିସ କମିଶନର ହେଲେ ଡ. ଉମାଶଙ୍କର ଦାସ ଦାସ। ଗୁରୁବାର ଅପରହ୍ନାରେ ପୋଲିସ କମିଶନରେଟ କାର୍ଯ୍ୟାଳୟରେ ନୂଆ ଅତିରିକ୍ତ ସିପି ଭାବେ ୨୦୦୮ ବ୍ୟାଚ୍ ଆଇପିଏସ୍ ଅଫିସ ଡ ଉମାଶଙ୍କର ଦାସ ଦାୟିତ୍ବ ଗ୍ରହଣ କରିଥିଲେ। ଶ୍ରୀ ଦାସ ଦାଶ ଦାୟିତ୍ବ ଗ୍ରହଣ କରିବା ପରେ ପୋଲିସ ହେଡ୍ କ୍ବାର୍ଟରରେ ସମସ୍ତ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଶ୍ରୀ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ମୁଁ ପୁଣି ଏତେ ବଡ଼ ସୁଯୋଗ ପାଇଛି। ଟ୍ବିନ୍ସିଟି କମିଶନର ସୁରେଶ ଦେବଦତ୍ତ ସିଂ ନେତୃତ୍ବରେ ଗଠିତ ଟିମ୍ରେ କାମ କରିବି। ସହରରୁ କିଭିଳି ଅପରାଧ ମୁକ୍ତ କରିହେବ ତାହା ଉପରେ ଆମର ଫୋକସ୍ ରହିବ।
ସୂଚନା ମୁତାବିକ, ଡ.ଉମାଶଙ୍କର ମୟୂରଭଞ୍ଜର ବାସିନ୍ଦା। ସେ ୨୦୦୮ ବ୍ୟାଚର ଆଇପିଏସ୍ ଅଫିସର। ସେ ଫିଜିକ୍ସ ଅନର୍ସରେ ବିଏସ୍ସି ପାସ କରିବା ପରେ ଏମବିଏ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ମଧ୍ୟ ପିଏଚ୍ଡି ହାସଲ କରିଛନ୍ତି। ଶ୍ରୀ ଦାସ ଏହାପୂର୍ବରୁ ମାଲକାନଗିରି ଏସ୍ଡିପିଓ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ଏବଂ ପୁରୀ ଏସ୍ପି, ଭୁବନେଶ୍ବର ଡିସିପି, ଅନୁଗୁଳ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି ।