ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ବାହ୍ୟ ଗ୍ରହରେ ଜୀବନର ସଙ୍କେତ, କେ୨-୧୮ବିରେ ମିଳିଲା ଦୁଇଟି ଜୈବ କଣିକା

Published By : Krishna Priya | June 10, 2025 10:17 AM

ନୂଆଦିଲ୍ଲୀ ୧୦/୦୬: ଏକ ସଦ୍ୟ ଆବିଷ୍କାର ବ୍ରହ୍ମାଣ୍ଡ ବିଷୟରେ ଆମ ଧାରଣାକୁ ବଦଳାଇ ଦେବ । ଗତ ଏପ୍ରିଲରେ ନକ୍ଷତ୍ରବିଜ୍ଞାନୀମାନେ ‘କେ୨-୧୮ବି’ ନାମକ ଏକ ସୁଦୂର ଗ୍ରହର ବାୟୁମଣ୍ଡଳରେ ଦୁଇଟି ଅଣୁ ଘୂରିବୁଲିବାର ସଙ୍କେତ ଚିହ୍ନଟ କରିଥିଲେ । ପୃଥିବୀରେ ଏହି ଅଣୁ କେବଳ ଜୀବିତ ପ୍ରାଣୀଙ୍କ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହା ଏକ ଧ୍ୟାନ ଆକର୍ଷଣକାରୀ ସମ୍ଭାବନା ଥିଲା, ଯାହା କୌଣସି ବାହ୍ୟ ଜାଗତ ସମ୍ବନ୍ଧୀୟ ଜୈବସଙ୍କେତ କିମ୍ବା ଜୀବବିଜ୍ଞାନ କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ଜୀବନ ସଙ୍କେତର ଏପର୍ଯ୍ୟନ୍ତର ସବୁଠୁ ଆଶାଜନକ ପ୍ରମାଣ । 

ଏହି ଆବିଷ୍କାରର ମାତ୍ର କିଛି ସପ୍ତାହ ପରେ ନୂଆ ତଥ୍ୟ ଅଧ୍ୟୟନକୁ ଜାରି ରଖିବା ଉପରେ ଜୋର ଦେଲା । ଆରିଜୋନା ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଆର୍ଥ ଆଣ୍ଡ୍‌ ସ୍ପେସ୍‌ ଏକ୍ସପ୍ଲୋରେସନ୍‌ର ଅଧ୍ୟୟନକର୍ତ୍ତା ଲୁଇସ ୱେଲବ୍ୟାଙ୍କ୍‌ସ କହିଛନ୍ତି, ଏହି ଆବିଷ୍କାର ଉତ୍ସାହଜନକ ଥିଲା । କିନ୍ତୁ ସେହି ସମ୍ଭାବ୍ୟ ଜୈବସଙ୍କେତ ମିଳିବାର ଦାବି ଐତିହାସିକ ହୋଇପାରେ ବୋଲି ଅନେକ ଦାବି କଲେ । କିନ୍ତୁ ସାଂଖ୍ୟିକ ପ୍ରମାଣର ମହତ୍ୱ ମଧ୍ୟ ତଥ୍ୟ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଗତ ଏପ୍ରିଲ ଅଧ୍ୟୟନରେ କେ୨-୧୮ବି ଗ୍ରହରେ ‘ଡାଇମିଥାଇଲ ସଲ୍‌ଫାଇଡ’ ବା ଡିଏମ୍‌ଏସ୍‌ ଓ ଡାଇମିଥାଇଲ ଡାଇସଲ୍‌ଫାଇଡ ବା ଡିଏମ୍‌ଡିଏସ୍‌ ଅଣୁ ଚିହ୍ନଟ ହୋଇଥିଲା । ଆମ ଗ୍ରହରେ ସୂକ୍ଷ୍ମଜୀବଙ୍କ ସହିତ ଏହି ଦୁଇ ଅଣୁ ବ୍ୟାପକ ଭାବେ ସଂଶ୍ଳିଷ୍ଟ । ବୈଜ୍ଞାନିକଙ୍କ ଅନୁସାରେ, ଜୀବନର ଉପସ୍ଥିତି ବିନା ମଧ୍ୟ ଏହି ଦୁଇ ଯୌଗିକ ସୃଷ୍ଟି ହୋଇପାରେ । ମୂଳ ଜୈବସଙ୍କେତ ଆବିଷ୍କାରରେ ପ୍ରୟୋଗ କରାଯାଇଥିବା ମଡେଲ ଓ ତଥ୍ୟକୁ ୱେଲ୍‌ବ୍ୟାଙ୍କସ୍‌ଙ୍କ ସମେତ ନକ୍ଷତ୍ରବିଜ୍ଞାନୀଙ୍କର ୩ଟି ଟିମ୍‌ ଆକଳନ କରିଛି ଏବଂ ଖୁବ୍‌ ଭିନ୍ନ ଫଳ ପାଇଛି । ଏହାକୁ ସେମାନେ ବିସ୍ତୃତ ସମୀକ୍ଷା ପାଇଁ ପ୍ରଦାନ କରିଛନ୍ତି । ଇତିମଧ୍ୟରେ ଏପ୍ରିଲ ଅଧ୍ୟୟନର ମୁଖ୍ୟ ଲେଖକ ନିକ୍କୁ ମଧୁସୂଦନ ଓ ତାଙ୍କ ସାଥୀ ଅତିରିକ୍ତ ଅନୁସନ୍ଧାନ କରିଛନ୍ତି । ସେମାନେ କହିଛନ୍ତି ଯେ ଗ୍ରହ ସମ୍ପର୍କିତ ପୂର୍ବ ତଥ୍ୟକୁ ଏହା ବଳ ଦେଇଛି । ବିଭିନ୍ନ ବୈଜ୍ଞାନିକ ସମୁଦାୟ ଏ ନେଇ ଅତିରିକ୍ତ ଅବଲୋକନ ଓ ଅନୁସନ୍ଧାନ କରିପାରନ୍ତି ।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସର ପ୍ରଫେସର ଓ ନକ୍ଷତ୍ରବିଜ୍ଞାନୀ ମଧୁସୂଦନଙ୍କ ନେତୃତ୍ୱାଧୀନ ପୂର୍ବ ଅଧ୍ୟୟନ ଅନୁସାରେ, ପୃଥିବୀଠୁ ୧୨୪ ଆଲୋକବର୍ଷ ଦୂରରେ ଅବସ୍ଥିତ କେ୨-୧୮ବିକୁ ସାଧାରଣତଃ ଜୀବନର ସଙ୍କେତ ପାଇଁ ସ୍ରୋତର ଏକ ମୂଲ୍ୟବାନ ଲକ୍ଷ୍ୟ ଭାବେ ବିବେଚନା କରାଯାଏ । ଏହାକୁ ଏକ ହାଇସିନ୍‌ ଜଗତ ଭାବେ ବିଚାର କରାଯାଏ, ଯାହା ସମ୍ପୂର୍ଣ୍ଣ ରୂପେ ଉଦ୍‌ଯାନ-ସମୃଦ୍ଧ ବାୟୁମଣ୍ଡଳଯୁକ୍ତ ତରଳ ଜଳରେ ଆବୃତ୍ତ ଏକ ଗ୍ରହ । ଏହିଭଳି ଭାବେ କେ୨-୧୮ବି ଆମ ସୌରମଣ୍ଡଳ ବାହାରେ ଏକ ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ଭାବେ ଖୁବ୍‌ଶୀଘ୍ର ଧ୍ୟାନ ଆକର୍ଷଣ କଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ରହର ଅଧ୍ୟୟନ ପାଇଁ ମଧୁସୂଦନ ଓ ତାଙ୍କ ସାଥୀମାନେ ସର୍ବବୃହତ ମହାକାଶ ଟେଲିସ୍କୋପ୍‌ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଦ୍ୱାରା ଅବଲୋକନ କଲେ । କିନ୍ତୁ ଚିକାଗୋ ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ ଏହି ଅଧ୍ୟୟନରେ କିଛି ସମସ୍ୟା ଚିହ୍ନଟ କଲେ । ମଧୁସୂଦନଙ୍କ ଅଧ୍ୟୟନକୁ ସମୀକ୍ଷା କରିବା ପରେ ଜେମ୍ସ ୱେବ୍‌ର ତଥ୍ୟ କୋଳାହଳପୂର୍ଣ୍ଣ ଦେଖାଯାଉଥିବା ଦୁହେଁ ଲକ୍ଷ୍ୟ କଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.