ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଦାଦା ବଟି ମାଗି ଦୁଇ ଗିରଫ

Published By : Prameya | December 5, 2024 11:09 PM

ଆଠଗଡ଼,୫/୧୨ : ବଡମ୍ବା ଅଂଚଳରେ ଦାଦାବଟି ମାଗି ଦୁଇ ଗିରଫ । ଗିରଫ ଯୁବକ ହେଲେ ବଡମ୍ବା ଥାନା କୋଟପଲା ଗ୍ରାମର ଚିତ୍ରସେନ ସାହୁ ଓ ମୁଜାଫର ଓରଫ (ମୁନା) । ଗତକାଲି ରାତିରେ କଟକ ବିଡାନାସୀ ଅଂଚଳର ଏକ ବୈଦୁତିକ ଗଣମାଧ୍ୟମର କର୍ମଚାରୀ ଗିରିଜା ଶଙ୍କର ପ୍ରଧାନ କୌଣସି କାମରେ ନରସିଂହପୁର ଯାଇଥିଲେ । 

ସେଠାରୁ ନିଜ କାମ ସାରି ଫେରୁଥିବା ସମୟରେ ବଡମ୍ବା ଦମକଳକେନ୍ଦ୍ର ନିକଟରେ ଗାଡ଼ିରୁ ଓଲ୍ହାଇ ଥିବା ସମୟରେ କୋଟପଲା ଗ୍ରାମର ଦୁଇ ଯୁବକ ଚିତ୍ତ୍ରସେନ ଓ ମୁନା ତାଙ୍କୁ ମାଉଜର ଦେଖାଇ ଟଙ୍କା ମାଗିଥିଲେ  । ସେ ଟଙ୍କା ନ ଦେବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏଥିରେ ଗିରିଜା ଭୟଭୀତ ହୋଇ ବଡମ୍ବା ପୋଲିସକୁ ଫୋନ ଯୋଗେ ଜଣାଇଥିଲେ । 

ଖବରପାଇ ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଦୁଇ ଯୁବକଙ୍କଠାରୁ ଦୁଇ ଗୋଟି ମୋବାଇଲ, ନଗଦ ୫୦୦୦ ଟଙ୍କା, ଗୋଟିଏ ମାଉଜର ଓ ଦୁଇଟି ଜୀବନ୍ତ ଗୁଳି ସହିତ ଏହି ଲୁଟ୍ ଘଟଣାରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ବଡ଼ମ୍ବା ପୋଲିସ୍। ଏ ସମ୍ପର୍କରେ ବଡମ୍ବା ଥାନାରେ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ବନ୍ଧୁକ କେଉଁଠୁ କିଣା ହୋଇଛି ଏବଂ ଉଭୟଙ୍କ ଅପରାଧିକ କାର୍ଯ୍ୟ କଳାପର ଖୋଳତାଡ଼ କରିବ ସହ ଦରକାର ପଡ଼ିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆଠଗଡ଼ ଏସଡିପିଓ ରବୀନ୍ଦ୍ର ମଲ୍ଲିକ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.