ପ୍ରମୂଖ ଖବର
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରୁଷ୍ ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରବିରତିକୁ ନେଇ ପୁତିନଙ୍କୁ ଟ୍ରମ୍ପଙ୍କ ଅଲ୍ଟିମେଟମ, କହିଲେ ୫୦ ଦିନ ନୁହେଁ,୧୦-୧୨ ଦିନ ଭିତରେ ନିଷ୍ପତ୍ତି ନିଅ…

Published By : Ladu Kishor | July 28, 2025 9:41 PM

ନୂଆଦିଲ୍ଲୀ: ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ପୁତିନଙ୍କୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ ସହିତ ଯୁଦ୍ଧବିରତି ଚୁକ୍ତିରେ ପହଞ୍ଚିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦିଆଯାଇଥିବା ୫୦ ଦିନର ସମୟ ସୀମାକୁ ହ୍ରାସ କରି ୧୦-୧୨ ଦିନ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ,"ମୁଁ ରାଷ୍ଟ୍ରପତି ପୁଟିନଙ୍କ ସହ ବହୁତ ଥର କଥା ହୋଇଛି, ମୋର ତାଙ୍କ ସହିତ ବହୁତ ଭଲ ସମ୍ବନ୍ଧ ଏବଂ ଏହା ମଧ୍ୟ କହିଛନ୍ତି ଯେ, ପୁଟିନ "କ୍ବିଭ୍ ଭଳି କୌଣସି ସହରରେ ରକେଟ ମାଡ଼ ଆରମ୍ଭ କରନ୍ତି ଏବଂ ନର୍ସିଂ ହୋମ କିମ୍ବା ଅନ୍ୟ କୌଣସି ସ୍ଥାନରେ ବହୁତ ଲୋକଙ୍କୁ ହତ୍ୟା କରନ୍ତି। 

ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି ଯେ, ସେ ତାଙ୍କ ରୁଷ ପ୍ରତିପକ୍ଷଙ୍କ ଦ୍ୱାରା "ବହୁତ ନିରାଶ"। "ମୁଁ ତାଙ୍କୁ ଦେଇଥିବା ୫୦ ଦିନକୁ ହ୍ରାସ କରିବାକୁ ଯାଉଛି, କାରଣ ମୁଁ ଭାବୁଛି କ'ଣ ହେବାକୁ ଯାଉଛି ତାହାର ଉତ୍ତର ମୁଁ ପୂର୍ବରୁ ଜାଣିଛି," ଟ୍ରମ୍ପ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୁଟିନଙ୍କ ପାଇଁ ନୂତନ ସମୟସୀମା ୨୮ ଜୁଲାଇରୁ ୧୦-୧୨ ଦିନ । ୨୩ ଜୁଲାଇରେ ଇସ୍ତାନବୁଲରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ରୁଷ ଏବଂ ୟୁକ୍ରେନ ସାକ୍ଷାତ କରିବା ପରେ ଏହା ଆସିଥିଲା । ପୂର୍ବ ଦୁଇଟି ପର୍ଯ୍ୟାୟ କୌଣସି ସନ୍ତୋଷଜନକ ଫଳାଫଳ ଦେଇ ନଥିଲା।

ଟ୍ରମ୍ପଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ୟୁକ୍ରେନ୍ ତାଙ୍କୁ ପ୍ରଶଂସା କରିଛି, କାରଣ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହଯୋଗୀ ଆଣ୍ଡ୍ରି ୟର୍ମାକ୍ ସୋସିଆଲ ମିଡିଆରେ କହିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୃଢ଼ ଭାବରେ ଠିଆ ହେବା ଏବଂ ଶକ୍ତି ମାଧ୍ୟମରେ ଶାନ୍ତିର ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିବା ପାଇଁ ଧନ୍ୟବାଦ। "ଯେତେବେଳେ ଆମେରିକା ଶକ୍ତି ସହିତ ନେତୃତ୍ୱ ନେଇଥାଏ, ଅନ୍ୟମାନେ ଦୁଇଥର ଚିନ୍ତା କରନ୍ତି ବୋଲି ସେ କହିଛନ୍ତି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.