ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଡ୍ରୋନରେ ବମ୍ କି ମିସାଇଲ୍ ନୁହେଁ, ବରଂ ଘନ ଜଙ୍ଗଲରେ ମଶା ଛାଡୁଛି ଏହି ଦେଶ, କାରଣ ଜାଣନ୍ତି କି ?…

Published By : Ladu Kishor | July 28, 2025 5:59 PM

ନୂଆଦିଲ୍ଲୀ: ସାଧାରଣତଃ ଡ୍ରୋନରେ ବମ୍ କିମ୍ବା ମିସାଇଲ୍ ଛଡା ଯାଉଥିବା ଖବର ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ହାଓ୍ବାଇ ଏହାର ଜଙ୍ଗଲରେ ଡ୍ରୋନକୁ ଏକ ଅଲଗା ମିଶନ ପାଇଁ ବ୍ୟବହାର କରୁଛି, ତାହା ପୁଣି ମଶା ଛାଡିବା କାମରେ । ଶୁଣିବାକୁ ଏହା ନିଶ୍ଚୟ ଭାବରେ ଟିକେ ଅଜବ ଲାଗୁଛି ନା ?...କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ ରଣନୀତି ରହିଛି । ଯାହା ସିଧାସଳଖ ହାୱାଇର ବିପଦଗ୍ରସ୍ତ ବିରଳ ପକ୍ଷୀ ମାନଙ୍କୁ ରକ୍ଷା କରିବା ପାଇଁ ବ୍ୟବହାର ହେଉଛି...

ପକ୍ଷୀ ମାନଙ୍କୁ ମୃତ୍ୟୁ ମୁଖରେ ପକାଉଥିବା ଏକ ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ, ହାୱାଇ ପ୍ରତି ସପ୍ତାହରେ ଡ୍ରୋନ୍ ବ୍ୟବହାର କରି ୫ ଲକ୍ଷ ମଶା ଡ୍ରୋନ୍ ସାହାଯ୍ୟରେ ଏଠାରେ ଛାଡୁଛି । ଏହି ମଶା ଗୁଡିକୁ ଲ୍ୟାବ୍‌ରେ ଉତ୍ପନ୍ନ କରାଯାଉଛି । ଏହି ମଶା ମାନେ କାମୁଡୁ ନଥିବା ଅଣ୍ଡିରା ମଶା । ଏହି ମଶା ମାନେ ୱୋଲବାଚିଆ ନାମକ ଜାବାଣୁକୁ ବହନ କରନ୍ତି । ଏହି ଜୀବାଣୁ ଯାହା ଜଙ୍ଗଲୀ ମାଈ ମଶା ମାନଙ୍କ ସହିତ ମିଳନ କରିବା ସମୟରେ ଅଣ୍ଡାକୁ ବିଫଳ କରିଥାଏ । ଏହାର ଲକ୍ଷ୍ୟ ହେଉଛି ମଶାଙ୍କ ସଂଖ୍ୟା ହ୍ରାସ କରିବା, ପକ୍ଷୀ ମ୍ୟାଲେରିଆର ପ୍ରସାର ବନ୍ଦ କରିବା ଏବଂ ବହୁତ ବିଳମ୍ବ ହେବା ପୂର୍ବରୁ ବିପଦଗ୍ରସ୍ତ ପକ୍ଷୀଙ୍କୁ ରକ୍ଷା କରିବା।

ଏକ ସାହସିକ ଏବଂ ଅପାରମ୍ପରିକ ପଦକ୍ଷେପରେ ହାୱାଇ ଏକ ବଢ଼ୁଥିବା ପରିବେଶଗତ ସଙ୍କଟର ମୁକାବିଲା କରିବା ପାଇଁ ଡ୍ରୋନ୍ ଏବଂ ମଶା ଆଡକୁ ମୁହାଁଇଛି। କିନ୍ତୁ ଏଗୁଡ଼ିକ ଆପଣଙ୍କର ସାଧାରଣ ମଶା ଭଳି ରକ୍ତ ଶୋଷକ ନୁହଁନ୍ତି। ମାଉଇ ଏବଂ କାଉଇର ଜଙ୍ଗଲରେ ଆକାଶ ପଥରେ ଏହି ମଶା ମାନଙ୍କୁ ନିୟୋଜିତ କରୁଥିବା ଏହି ପଦକ୍ଷେପ ଟେକନୋଲୋଜି ଏବଂ ସଂରକ୍ଷଣ ବିଜ୍ଞାନର ଏକ ମହାନ ମିଶ୍ରଣକୁ ପ୍ରତିନିଧିତ୍ୱ କରେ । 

ଏକଦା ହାୱାଇ ୫୦ ରୁ ଅଧିକ ଅନନ୍ୟ ପ୍ରଜାତିର ହନିକ୍ରିପର୍‌ ମାନଙ୍କର ଆବାସ ସ୍ଥଳ ଥିଲା। ଏମାନେ ଛୋଟ, ରଙ୍ଗୀନ ପକ୍ଷୀ ଯେଉଁ ମାନେ ଶହ ଶହ ବର୍ଷ ଧରି ନିଜକୁ ବିକଶିତ କରିଥିଲେ । ଆଜି କେବଳ ୧୭ ପ୍ରଜାତି ବଞ୍ଚି ରହିଛନ୍ତି ଏବଂ ଅଧିକାଂଶ ବିପଦରେ ପଡ଼ିଛନ୍ତି । ହନି କ୍ରିପର୍‌ମାନେ କେବଳ ସୁନ୍ଦର ନୁହଁନ୍ତି । ସେମାନେ ଗୁରୁତ୍ୱପୂର୍ଣ୍ଣ ଏବଂ ବିହନ ବିସ୍ତାରକାରୀ, ହାୱାଇର ମୂଳ ଜଳବାୟୂର ଏକ ଅତ୍ୟାବଶ୍ୟକ ଭୂମିକା ଗ୍ରହଣ କରନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.