ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜାପାନ ସହ ବଡ଼ ଡିଲ୍ ଘୋଷଣା କଲେ ଟ୍ରମ୍ପ, ଆମେରିକା ଖାତାକୁ ଆସିବ ୯୦% ପ୍ରଫିଟ୍‌

Published By : Ankita S | July 23, 2025 11:27 AM

ନୂଆଦିଲ୍ଲୀ,୨୩/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏଇ ଓ ଜାପାନ ସହିତ ବଡ଼ ଟ୍ରେଡ୍ ଡିଲର ଘୋଷଣା କରିଛନ୍ତି । ଏହି ଚୁକ୍ତିରେ ମୋଟ୍ ୫୫୦ ଅରବ ଡଲାରର ଜାପାନୀ ନିବେଶ ଏବଂ ୧୫ ପ୍ରତିଶତ ରେସିପ୍ରୋକାଲ ଟାରିଅ ସାମିଲ ଅଛି । ବୁଝାମଣାକୁ ନେଇ ଟ୍ରମ୍ପ କହିଛନ୍ତି, ଏହା ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏମିତି କେବେ ହୋଇନାହିଁ । ଏହି ଡିଲ୍‌ ଦ୍ୱାରା ଯେଉଁ ଲାଭ ହେବ ତାର ୯୦ ପ୍ରତିଶତ ଆମେରିକାକୁ ମିଳିବ ।

ଟ୍ରମ୍ପଙ୍କ ମୁତାବିକ୍‌, ଏହି ବୁଝାମଣାରେ ବ୍ୟାବସାୟ ସହିତ ଜଡ଼ିତ ସମସ୍ୟା ବି ଦୂର ହେବ । ଯାହାଦ୍ୱାରା ଆମେରିକାକୁ କାର୍, ଟ୍ରକ୍‌, ଚାଉଳ ଏବଂ ଅନ୍ୟ କୃଷି ଉତ୍ପାଦକୁ ନେଇ ଜାପାନୀ ବଜାରକୁ ବଳ ମିଳିବ । ଏହା ସିହତ ଟ୍ୟାକ୍ସରେ ୧୫ ପ୍ରତିଶତ ରେସିପ୍ରୋକାଲ ଟାରିଫ୍ ଲଗାଇବା ଉପରେ ସହମତ ପ୍ରକାଶ କରିଛନ୍ତି । ଯାହା ଲମ୍ବା ସମୟ ଧରି ଚାଲିଆସୁଛି ଆସୁଥିବା ଟ୍ରମ୍ପଙ୍କ ଦାବି ରହିଛି ।

ଟ୍ରମ୍ପ କହିଛନ୍ତି କି, ଏହି ବୁଝାମଣା ମୋର ନିର୍ଦ୍ଦେଶରେ ହୋଇଛି । ଯେଉଁଥିରେ ଏହି ଚୁକ୍ତିରେ ତାଙ୍କର ସକ୍ରିୟ ଭୂମିକା ରହିଛି । ଜାପାନ ମୋ ନିର୍ଦ୍ଦେଶରେ ଆମେରିକାରେ ୫୫୦ ଅରବ ଡଲାର ନିବେଶ କରିବ । ଜାପାନ ସହ ଆମ ସମ୍ପର୍କ ସର୍ବଦା ଭଲ ରହିବ । ୨୦୨୩ରେ ଜାପାନ ୨୯୮ ମିଲିୟନ ଡଲାରର ଆମେରିକା ଚାଉଳ ଏବଂ ଚଳିତବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୧୧୪ ମିଲିୟନ ଡଲାରର ଚାଉଳ କିଣିଛି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.