ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଇସ୍ରାଏଲ ସହ ବିଲୟ ହେବ ଉତ୍ତର ଗାଜା, ନେତନ୍ୟାହୁଙ୍କ ନୂଆ ପ୍ଲାନ ବଢାଇଲା ଚିନ୍ତା

Published By : Harapriya Biswal | July 23, 2025 4:00 PM

ନୂଆଦିଲ୍ଲୀ,୨୩।୭: ହମାସ ଓ ଇସ୍ରାଏଲ ଭିତରେ ଅସ୍ତ୍ରବିରତି ନେଇ ଦୀର୍ଘ ଏକ ମାସ ହେବ ଚର୍ଚ୍ଚା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବାହାରି ପାରିନି କୌଣସି ସମାଧାନ। ଏପରିକି ଆଗକୁ ହେବାର ସମ୍ଭାବନା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ ଏବେ ଯେଉଁ ଉଦେଶ୍ୟ ପ୍ରକାଶ କରିଛି ତାହା ସ୍ଥିତିକୁ ଆହୁରି ଜଟିଳ କରିବ। ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମାଟ୍ରିକ୍ କହିଛନ୍ତି, ଉତ୍ତର ଗାଜା ଅଞ୍ଚଳକୁ ଇସ୍ରାଏଲ ସହ ବିଲୟ କରାଯିବ। ଏହାକୁ ‘ଗାଜା ରିଭେରା’ ଭାବରେ ଆମେ ବିକଶିତ କରିବୁ। ସେ କହିଛନ୍ତି, ଆମେ ଏହି ଅଞ୍ଚଳକୁ ଇସ୍ରାଏଲର ଅଭିନ୍ନ ଅଙ୍ଗ ଭାବରେ ତିଆରି କରିବୁ। ଇସ୍ରାଏଲୀ ସେନା ମୁଖ୍ୟ ଇୟାଲ ଜାମିର ମଧ୍ୟ ଏହି ଯୋଜନା ନେଇ ସୂଚନା ଦେଇଛନ୍ତି। 

ସ୍ମାଟ୍ରିକ୍ କହିଛନ୍ତି, ‘ଦ ଗାଜା ରିଭେରା ଭିଜନ୍ ଟୁ-ରିଏଲିଟି’ ବିଷୟ ଉପରେ ବିସ୍ତାର ଭାବରେ କଥା ହୋଇଛୁ। ଆମର ପ୍ଲାନ ଏହି ଅଞ୍ଚଳରେ ଇହୁଦୀଙ୍କୁ ବସବାସ କରାଇବୁ। ଏହାଛଡା ଗାଜାରେ ଥିବା ପାଲେଷ୍ଟନୀୟଙ୍କୁ ଦକ୍ଷିଣ ଗାଜାରେ ରଖାଯିବ। ଏହାଛଡା ଇଜିପ୍ଟ, ୟେମେନ୍‌, ଲୋବାନନ୍ ଭଳି ମୁସଲମାନ ରାଷ୍ଟ୍ରକୁ ମଧ୍ୟ ଯାଇପାରେ। ମୋର ଭରସା ଅଛି ଏହାର ସମ୍ଭାବନା ଅଧିକ। ଆମେ ଏହି ଅଞ୍ଚଳକୁ ବିଲୟ କରିବୁ। ଏଠାରେ ତିନୋଟି ସମ୍ପ୍ରଦାୟକୁ ବସାଇବୁ। ଆମର ଚେଷ୍ଟା ହେବ ଏହି ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଏହାକୁ ବିଲୟ କରିବା। 

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚଳିତ ବର୍ଷ ଫେବୃଆରୀରେ ‘ଗାଜା ରିଭେରା’ର ଘୋଷଣା କରିଥିଲେ। ସେ ଏଆଇରୁ ତିଆରି ଭିଡିଓ ମଧ୍ୟ ତିଆରି କରିଥିଲେ। ଯେଉଁଥିରେ ନିଜକୁ ଓ ନେତନ୍ୟାହୁଙ୍କ ସହ ବିଚ୍‌ରେ ଥିବାର ଦେଖାଇଥିଲେ। ଉଲ୍ଲେଖନୀୟ ଯେ, ଇସ୍ରାଏଲ ୨୦୦୫ ରେ ନିଜ ସୈନିକଙ୍କୁ ହଟାଇ ଦେଇଥିଲା। କିନ୍ତୁ ଏବେ ସବୁକିଛି ଜିନିଷ ବଦଳି ଯାଇଛି। ଇସ୍ରାଏଲ ନିଜ ସେନାର ମୁତୟନରେ ବୃଦ୍ଧି କରିଛି। ଟ୍ରମ୍ପ ଓ ନେତନ୍ୟାହୁ ଲଗାତାର  ଚେଷ୍ଟା କରୁଛନ୍ତି ଯେ, ଗାଜାର ଜନସଂଖ୍ୟାକୁ ପଡୋଶୀ ମୁସଲମାନ ଦେଶକୁ ପଠାଇ ଦିଆଯିବ। ଏହାଛଡା ଦକ୍ଷିଣ ଗାଜାର ସହର ରାଫାରେ ଏବେ ବହୁ ପରିମାଣରେ ସ୍ଥାନାନ୍ତର କରିବାର ଚେଷ୍ଟା ଚାଲିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.