ନୂଆଦିଲ୍ଲୀ,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ୪୧ ଟି ଦେଶ ଉପରେ ଯାତ୍ରା କଟକଣା ଲଗାଇବାକୁ ଯୋଜନା କରୁଛି, ଯାହା ଜାତୀୟ ସୁରକ୍ଷା ଏବଂ ଇମିଗ୍ରେସନ୍ ଉପରେ ନିୟନ୍ତ୍ରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରେ। ରିପୋର୍ଟ ଅନୁସାରେ, ଏକ ଇଣ୍ଟରନାଲ ମେମୋରେ ଏହି ୪୧ ଟି ଦେଶକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।
ପ୍ରଥମ ଶ୍ରେଣୀରେ ୧୧ଟି ଦେଶ ରହିଛି। ଏହି ଲିଷ୍ଟକୁ ରେଡ୍ ଲିଷ୍ଟକୁ କୁହାଯାଇଛି। ଏହି ଲିଙ୍ଗର ଦେଶ ଉପରେ ପୂର୍ଣ୍ଣ ଭିସା ନିଳମ୍ବନ ସୁପାରିଶ କରାଯାଇଛି। ସୂଚୀରେ ଅଫଗାନିସ୍ତାନ, ଭୁଟାନ, କ୍ୟୁବା, ଇରାନ, ଲିମ୍ବିୟା, ଉତ୍ତର କୋରିଆ, ସୋମାଲିଆ, ସୁଡାନ, ସିରିଆ, ଭେନେଜୁଏଲା ଓ ୟେମେନ ରହିଛି।
ଦ୍ୱିତୀୟ ବର୍ଗ, ଯାହାକୁ ଅରେଞ୍ଜ ଲିଷ୍ଟ କରାଯାଇଛି, ସେଥିରେ ବେଲାରୁଷ, ଏରିଟ୍ରିଆ, ହାଇତି, ଲାଓସ ଏବଂ ମିଆଁମାର ସମେତ ନଅଟି ଦେଶ ଅନ୍ତର୍ଭୁକ୍ତ। ଯେଉଁଠାରେ ପର୍ଯ୍ୟଟକ ଏବଂ ଛାତ୍ର ଭିସା ସମେତ କିଛି ପ୍ରବାସୀ ଭିସା ଉପରେ ଆଂଶିକ ପ୍ରତିବନ୍ଧକ ଲାଗୁ ହୋଇପାରେ।
ତୃତୀୟ ବର୍ଗରେ ଥିବା ୨୨ଟି ଦେଶ, ଯେଉଁଥିରେ ଆଙ୍ଗୋଲା, ଆଣ୍ଟିଗୁଆ ଏବଂ ବାରବୁଡା, ବେନିନ, ବୁର୍କିନା ଫାସୋ, କାମ୍ବୋଡିଆ, କାମେରୁନ, କେପ୍ ଭର୍ଡେ, ଚାଡ୍, କଙ୍ଗୋ, ଡୋମିନିକା, ଇକ୍ୱାଟୋରିଆଲ୍ ଗିନି, ଗାମ୍ବିଆ, ଲାଇବେରିଆ, ମାଲି, ମରିସସ୍, ମରିଟାନିଆ, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍, ସେଣ୍ଟ ଲୁସିଆ, ସାଓ ଟୋମ୍ ଆଣ୍ଡ ପ୍ରିନ୍ସିପେ, ଭାନୁଆଟୁ ଏବଂ ଜିମ୍ବାୱେ ଅନ୍ତର୍ଭୁକ୍ତ, ସେମାନଙ୍କୁ ୬୦ ଦିନର ସମୟସୀମା ଦିଆଯିବ, ଯେପରି ସେମାନେ ନିଜର ଅଭାବକୁ ଦୂର କରିପାରିବେ । ଯଦି ଏହି ଦେଶଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଧାର ନକରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଟ୍ରମ୍ପ ପ୍ରଶାସନର କହିବା ଅନୁସାରେ, ଆତଙ୍କବାଦ ଏବଂ ଅବୈଧ ପ୍ରବାସୀ ରୋକିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ।