ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୭ ମୃତ, ଅନେକ ଆହତ, ​BLA କହିଲା ୯୦ ମାରିଛୁ

Published By : Prameya | March 16, 2025 3:39 PM

ନୂଆଦିଲ୍ଲୀ,୧୬।୩: ପାକିସ୍ତାନର କ୍ବୋଟାରେ ପୁଣି ବଲୁଚ ଲିବରେସନ୍ ଆର୍ମିର ଆତ୍ମଘାତୀ ଆକ୍ରମଣ। ରବିବାର ଏହି ଆତଙ୍କୀ ହମଲାରେ ୭ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ତେବେ ବିଏଲଏ ପକ୍ଷରୁ କୁହାଯାଇଛି ‌ସେ ୯୦ ସୈନିକଙ୍କୁ ମାରିଛି। ବଲୁଚ ଲିବରେସନ୍ ଆର୍ମୀ ପାକିସ୍ତାନ ସେନାର କାରକେଡ୍‌ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣ କ୍ବେଟାଠାରୁ ୧୫୦ କିଲୋମିଟର ଦୂର ନୌଶକିରେ ହୋଇଛି। ଏହି ଆକ୍ରମଣ ପରେ ସେନା ସ୍ଥାନୀୟ ଅଞ୍ଚଳରେ ହେଲିକପ୍ଟର ଓ ଡ୍ରୋନ୍ ମୁତୟନ କରିଛି।

ସେନାର କାରକେଡ୍‌ ଶନିବାର ତାଫସ୍ତାନ ଯାଉଥିଲ। ଏହି କାରକେଡ୍‌ରେ ସେନାର ୭ଟି ବସ୍‌ ଓ ଅନ୍ୟ ଦୁଇଟି ବାହନ ଥିଲା, ଯାହା ଉପରେ ଆକ୍ରମଣ କରାଯାଇଛି। ରିପୋର୍ଟ ଅନୁସାରେ, ଆଇଆଇଡି ଭର୍ତ୍ତି ବାହନ ସେନାର କାରକେଡ୍‌ର ଏକ ବସ୍ ସହ ମାଡ଼ ହୋଇ ଯାଇଥିଲା। ଏହା ଆତ୍ମଘାତୀ ଆକ୍ରମଣ ଥିଲା। ନୌଶାକି ଷ୍ଟେସନ୍‌ର ଏସ୍‌ଏଚ୍‌ଓ ଜଫରୁଲ୍ଲାହ ସୁଲେମାନୀ କହିଛଛନ୍ତି, ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଏହା ଆତ୍ମଘାତୀ ଆକ୍ରମଣ ଥିଲା। ଘଟଣାସ୍ଥଳରୁ ଜଣାପଡିଛି ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ବାହନ ଜାଣିଶୁଣି ସେନାର କାରକେଡ୍ ଗାଡି ସହ ମାଡ଼ କରିଥିଲେ। ମୃତକଙ୍କ ସଂଖ୍ୟା ବଢିପାରେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଆକ୍ରମଣ ପରେ ବାଲୁଚ ଲିବରେଶନ ଆର୍ମି ଏକ ବିବୃତ୍ତି ଜାରି କରିଛି। ବିଏଲଏ କହିଛି ଯେ କିଛି ଘଣ୍ଟା ପୂର୍ବେ ନୋସ୍କିର RCD ହାଇୱେର ରାଖସାନ ମିଲ ନିକଟରେ  BLAରଆତ୍ମଘାତୀ ୟୁନିଟ ମାଜିଦ ବ୍ରିଗେଡ କବ୍ଜାକାରୀ ପାକିସ୍ତାନୀ ସେନାର ଏକ କନଭଏକୁ ଟାର୍ଗେଟ କରିଥିଲା। ସେଥିରେ ୮ ବସ ଥିଲା, ଯେଉଁଥିରୁ ଗୋଟିଏ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆକ୍ରମଣର ଅଳ୍ପ ସମୟ ପରେ, BLAର ଫତେହ ସ୍କ୍ବାର୍ଡ ଅନ୍ୟ ଏକ ବସ୍‌କୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଫଳରେ ଶତ୍ରୁପକ୍ଷର ମୋଟ ମୃତାହତ ସଂଖ୍ୟା ୯୦ ରେ ପହଞ୍ଚିଥିବା ବିଏଲ୍‌ଏ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.