ଅସ୍ତରଙ୍ଗ ୧୯/୧୧:-ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁହୋଇଛି। କିନ୍ତୁ ସରକାରଙ୍କ କଟକଣା ଉଲ୍ଲଘଂନ କରି ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରେ ଶହ ଶହ ଟ୍ରଲର ମାଛ ଧରୁଛନ୍ତି । କିନ୍ତୁ ନିଷିଦ୍ଧାଞ୍ଚଳ ଜାରି ହେବାର ୧୯ଦିନ ମଧ୍ୟରେ ୩ ଟି ଟ୍ରଲର ଜବତ କଲାଣି ବନବିଭାଗ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବନବିଭାଗ ଦ୍ୱାରା ନିଷିଦ୍ଧାଞ୍ଚଳ ରୁ ମା’ କାଳୀ ନାମକ ମାଛଧରା ଟ୍ରଲର ଜବତ ହୋଇଛି। ଜବତ ଟ୍ରଲର (ଆଇଏନଡି -ଓଆର୦୫ଏମ୍ ଏମ୍ ୩୩୭)ର ମାଲିକ ନୂଆଗଡ ଅଂଚଳ ବୋଲି ସୂଚନା ମିଳିଛି। ଜବତ ଟ୍ରଲରରୁ ୬ଜଣ କ୍ରିଉ ମେମ୍ବରଙ୍କୁ ବନବିଭାଗ ଅଟକ ରଖିଛି।
ନିଷିଦ୍ଧାଞ୍ଚଳ ଉକ୍ତ ଟ୍ରଲରଟି ମାଛ ମାରୁଥିବା ବେଳେ ମଙ୍ଗଳବାର ସକାଳେ ବନବିଭାଗ ଟିମ୍, ଟର୍ଟଲ ସ୍କୁଆଡ଼ ଉକ୍ତ ଟ୍ରଲର କୁ ଜବତ କରିଥିଲେ।ଟ୍ରଲର ଜବତ ସମୟରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର, ବନକର୍ମଚାରୀ ମାନସ ରଞ୍ଜନ ବେହେରା , ସୁଭାଶିଷ ବିଶ୍ୱାଳ, ଭାବଗ୍ରାହୀ ସେଠୀ ଙ୍କ ସହ ୫ଜଣ କଇଁଛ ସୁରକ୍ଷା ଟିମ୍, ଏପିଆର ଫୋର୍ସ ପାଟ୍ରୋଲିଂ ରେ ସାମିଲ ହୋଇଥିଲେ।ଜବତ ଟ୍ରଲର କୂଳ ନିକଟକୁ ଆସିବା ପରେ ଉକ୍ତ ଟ୍ରଲର ରୁ ଜବତ ମାଛ ବି କ୍ଲାସ ମାଛ ୨୬୦କିଗ୍ରା, କଙ୍କଡା ୫୦କିଗ୍ରା ଓ କଡ଼ି ଚିଙ୍ଗୁଡ଼ି ୭୦କିଗ୍ରା ଜବତ ହୋଇ ନିଲାମ ହୋଇଥିଲା। ନିଲାମ କାର୍ଯ୍ୟ ସମୟରେ ସାମୁଦ୍ରିକ ମତ୍ସ୍ୟବିଭାଗ ସହକାରୀ ମତ୍ସ୍ୟଅଧିକାରୀ ସତ୍ୟବ୍ରତ ଦାସ, ମାନସ ପରିଡା ଙ୍କ ସହ ସାଗର ମିତ୍ର ବିଶ୍ୱଜିତି ବେହୁରା, କୃଷ୍ଣବିଶ୍ୱାଳ, ଅର୍ଜିତ ପ୍ରଧାନ ଉପସ୍ଥିତ ଥିଲେ।ଅଲିଭି ରିଡେଲ କଇଁଛ ଙ୍କ ଆଗମନ ଯୋଗୁଁ ସାମୁଦ୍ରିକ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି।