କୋଣାର୍କ,୧୬/୧୧: ଶନିବାର ପୂର୍ବାହ୍ନରେ କଡା ସୁରକ୍ଷା ବଳୟରେ ଏସିଆନ ଓ ବିମଷ୍ଟିକ ଦେଶର ୨୪ଜଣ ରାଷ୍ଟ୍ରଦୂତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ଏଠାରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ସ୍ୱାଗତ କରାଯାଇଥିଲା । ପରେ ସେମାନେ ସୂର୍ଯ୍ୟମନ୍ଦିର ବୁଲିଥିଲେ।
ପର୍ଯ୍ୟଟନ ବିଭାଗର ସ୍ବୀକୃତି ପ୍ରାପ୍ତ ଗାଇଡ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ । ରାଷ୍ଟ୍ରଦୂତଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ନିମାପଡ଼ା ଏସଡିପିଓ ପ୍ରଭାତ ମଲ୍ଲିକ, କୋଣାର୍କ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, ପର୍ଯ୍ୟଟନ ଅଧିକାରୀ ଅମୀୟ କୂମାର ସେଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।