ପ୍ରମୂଖ ଖବର

ବାଲି ବୋଝେଇ ଟ୍ରାକ୍ଟର ଜବତ; ୫୦ ହଜାର ଟଙ୍କା ଜୋରିମାନା ଆଦାୟ

Published By : Bijay Swain | May 24, 2025 10:11 PM

ଗୁଣପୁର,୨୪/୫(ଆପ୍ର): ବେଆଇନ ଭାବେ ବଂଶଧାରା ନଦୀରୁ ଟ୍ରକ୍ଟର ଯୋଗେ ଵାଲି ପରିବହନ କରାଯାଉଥିବା ବେଳେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜବତ ଟ୍ରକ୍ଟର ଗୁଣପୁର ଉପକଣ୍ଠ ଗାଦିଆଖଳା ଗ୍ରାମର ବୋଲି ଜଣାପଡିଛି। ଜବତ ଟ୍ରାକ୍ଟରକୁ ପୋଲିସ ଥାନାରେ ଅଟକ ରଖାଯାଇଥିବା ବେଳେ  ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ମଧ୍ୟରାତ୍ରରେ ଚଢ଼ାଉ କରାଗଲେ ଅଧିକ ଚୋରା କାରବାର ରୋକାଯାଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.