ଜହ୍ନlପଙ୍କ, ୧୪/୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଅଞ୍ଚଳର ଶୈବପୀଠ ଗୁଡିକ ଚଳ ଚଞ୍ଚଳ ହୋଇ ଉଠିଛି। ଅଞ୍ଚଳର ଚଣ୍ଡିତଲ, ଚଣ୍ଡିଗଡ଼, ଦାମୋଦରପୁର, କୃଷ୍ଣପାଲି, ଖଲିଆପାଲି, ବନ୍ଧାପଥର, ପଲାଶ ସହ ଐତିହାସିକ ଗନ୍ଧରାଡ଼ିର ସିଦ୍ଧେଶ୍ୱର ଓ ପଶ୍ଚିମ ସୋମନାଥ ଆଦି ପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୂରଦୂରାନ୍ତରୁ କାଉଡିଆମାନେ ଆସି ବିଭିନ୍ନ ଶୈବପୀଠ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ର, ସ୍କୁଲ, ବିଶ୍ରାମଗାରରେ ରାତ୍ରି ଯାପନ କରି ସକାଳୁ ନିକଟସ୍ଥ ପୋଖରୀ, ନାଳ ଓ ନଦୀରେ ସ୍ନାନ କରି ଭାରରେ ପାଣି ଧରି ଶିବlଳୟକୁ ଯାତ୍ରା କରିଥିଲେ। ସେଥିପାଇଁ ମନ୍ଦିର ପୂଜକ ଭୋରରୁ ଶୌଚ ସ୍ନାନ ସାରି ନୀତିକାନ୍ତି ଭାବେ ପୂଜା କରି ମନ୍ଦିର ଦ୍ୱାର ଖୋଲିଥିଲେ।
ଦ୍ୱାର ଖୋଲିବା ମାତ୍ରେ କାଉଡିଆମାନେ ଜଳ ଲାଗି ଲମ୍ବା ଧାଡିରେ ଠିଆ ହୋଇଥିଲେ। ବିଶେଷକରି ଐତିହାସିକ ପୃଷ୍ଠଭୂମି ବହନ କରୁଥିବା ଗନ୍ଧରlଡ଼ି(ଚାରିଶମ୍ଭୁ) ପୀଠରେ ପ୍ରବଳ ଗହଳିକୁ ଆଶଙ୍କା କରି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡିଆମାନେ ଧାଡିରେ ଜଳଲାଗି କରିବା ପାଇଁ ବେରିକେଡ଼ ବ୍ୟବସ୍ଥା କରାଯାଇଥିଲା। ତେବେ ଭକ୍ତଙ୍କ ପାଇଁ ଏଠାରେ ପାନୀୟ ଜଳ, ରହିବା ପାଇଁ କୌଣସି ସୁବିଧା ନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଦୀର୍ଘ ଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିଲେ ମଧ୍ୟ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ରୋଷେଇ ଶାଳ ଓ ଭୋଗ ମଣ୍ଡପ ପାଇଁ ୩୫ ଲକ୍ଷ ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୨ ବର୍ଷ ହେଲା ଅନୁଦାନ ମଞ୍ଜୁରୀ ହୋଇ ପଡ଼ିଥିଲେ ମଧ୍ୟ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଏହା ନିର୍ମାଣ ହୋଇ ପାରୁନାହିଁ।
ଜହ୍ନlପଙ୍କ ଛକରୁ ଚାରିଶମ୍ଭୁ ମନ୍ଦିର ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ତାହା ଫାଇଲ ବନ୍ଧାରେ ସୀମିତ ରହିଛି। ତେଣୁ ଉପୋରକ୍ତ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଏହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।