ବୌଦ୍ଧ, ୧୭/୭ : ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ସାରା ରାଜ୍ୟରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କଂଗ୍ରେସର ଛାମୁଆ ନେତାମାନେ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।
ବୌଦ୍ଧ ସହରର ବାଘଗୁଡା ଛକ ଠାରେ କଂଗ୍ରେସର ଜିଲ୍ଲା ସଂଯୋଜକ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଥିବା ବେଳେ ବ୍ରିଜ୍ ଛକ ଠାରେ ଯୁବ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଅବଦୁଲ କଲିମ ଖାଁ, ରାୟ ସଞ୍ଜୀବ କୁମାର ଦେଓ, ଦେବରାଜ ପଟ୍ଟନାୟକ, ପଙ୍କଜ କର୍ଣ୍ଣ, ରୋହିତସ୍ଵ ବେହେରା, ପ୍ରମୁଖ ଆନ୍ଦୋଳନରେ ସାମିଲ ଅଛନ୍ତି।