ବୌଦ୍ଧ,୧୬/୦୭: ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମହାନଦୀ ମଝିରେ ଥିବା କୁଲାରିକୁଦ ଦ୍ଵୀପରେ ଶନିବାର ଠାରୁ ଫସି ରହିଥିଲା ଆଠ ଟିକିଏ ହାତୀପ । ୪ ଦିନ ପରେ ସେଠାରୁ ମହାନଦୀ ପାର ହୋଇ ବୁଧବାର ସକାଳେ ବୌଦ୍ଧ ଏନଏସି ଅନ୍ତର୍ଗତ ମର୍ଜାକୁଦ ଦ୍ଵୀପର ଉପର ପାର୍ଶ୍ଵରେ ନିର୍ମାଣଧିନ ଜିଲ୍ଲା ପରିଷଦ କାର୍ଯ୍ୟଳୟ ନିକଟରେ ପହଞ୍ଚିଛନ୍ତି । ଫଳରେ ମର୍ଜାକୁଦବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଏହି ହାତୀ ପଲରେ ୩ଟି ଛୁଆ ହାତୀ ଥିବାବେଳେ ୪ଟି ମାଈ ହାତୀ ଓ ଗୋଟିଏ ଦନ୍ତା ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀଗୁଡିକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଟୁ ପୂର୍ଣ୍ଣଗଭା ମହାନଦୀରେ ପହଁରି ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ନଦୀ ମଝିରେ ଥିବା କୁଲରିକୁଦ ଦ୍ଵୀପରେ ଶନିବାର ଅଟକି ଥିଲେ । ଆଜି ମର୍ଜାକୁଦ ଦ୍ଵୀପରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।