ବାଙ୍ଗିରିପୋଷି,୧୮/୧୧: ବାଘ ଚମଡ଼ା ଡିଲ୍ କରିବା ବେଳେ ମାଡ଼ି ବସିଲା ବନ ବିଭାଗ । ବାଲିଖଣି ଗାଁରୁ ଜବତ ହେଲା କଲରାପତରିଆ ବାଘ ଚମଡ଼ା । ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ବାଲିଖଣି ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦୁଇ ବାଇକ୍ରେ ଚାରି ଜଣ ବ୍ୟବସାୟୀ ବାଘ ଛାଲ ବିକ୍ରି କରିବା ପାଇଁ ଯାଉଥିଲେ । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଥିଲା ବନ ବିଭାଗ । ଖବର ପାଇ ବନ ବିଭାଗର ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢାଉ କରି ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଛି । ଗିରଫ ହୋଇଥିବା ୩ ଜଣଙ୍କୁ ଅଟକ ରଖି ବାଙ୍ଗିରିପୋଷି ବନ ବିଭାଗର ଅଧିକାରୀ ତଦନ୍ତ ଆରମ୍ଭ କରିଛି ।