ଖୁଣ୍ଟା,୧୭/ ୧ : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଟିଟିଆ ଗ୍ରାମର କୁଶ ଗିରିଙ୍କ ଏକମାତ୍ର ସନ୍ତାନ ଅଭିଜିତ(୧୮)ଙ୍କର ରାଜସ୍ଥାନର କୋଟାରେ ମୃତ୍ୟୁ ଘଟିଛି। ସେ ୨୦୨୩ରୁ କୋଟାରେ ଜେଇଇ କୋଚିଂ ନେଉଥିଲେ। କୋଟାର ବିଜ୍ଞାନ ନଗର ଥାନା ଆମ୍ବେଦକର କଲୋନୀରେ ଅଭିଜିତ ରହୁଥିଲେ।
ଗୁରୁବାର କୋଠରୀ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଅଭିଜିତଙ୍କ ର ମୃତ୍ୟୁ କିପରି ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।