ଭୋଗରାଇ, ୧୮/୦୧ : ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର। ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ। ଶୁକ୍ରବାର ଅପରାହ୍ନ ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ଏଭଳି ଅଘଟଣ ଘଟିଛି। ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟଲରଟି ବୁଡ଼ି ଯାଇଥିଲା। ସ୍ଥାନୀୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଛି।
ଏହି ଖବରଟିକୁ ପଢନ୍ତୁ-ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ : ଦୀର୍ଘ ୩୬ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ୨ ମୃତଦେହ ଉଦ୍ଧାର
ସୂଚନାନୁଯାୟୀ, ଦୀଘା ମୁହାଣ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଟଲରଟି କିଭଳି ବୁଡ଼ିଲା ତାହାକୁ ନେଇ ସ୍ଥାନୀୟ ମେରାଇନ ଥାନା ପୋଲିସ ଅଧିକ ତଦନ୍ତ କରୁଛି।