ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଏହି ୩ଖେଳାଳୀଙ୍କୁ ରିଲିଜ କରିପାରେ ଆରସିବି !

ନୂଆଦିଲ୍ଲୀ, ୮/୧୦ :  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗତ କିଛି ସିଜନରେ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରି ଆସୁଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଟାଇଟେଲ ଏହି ଟିମରୁ ଦୂରରେ ରହିଛି । ଆଇପିଏଲ୍ ୨୦୨୪ରେ ଆରସିବି ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ ପରାଜୟ ହୋଇ ବାହାର ହୋଇଯାଇଥିଲା । ଏବେ ବିସିସିଆଇ ଦ୍ବାରା ଜାରି ହୋଇଥିବା ନୂଆ ରିଣ୍ଟେଶନ ପଲିସି ଏବଂ ଦରମା ସ୍ଲଟ କାରଣରୁ ଟିମ ଲାଗି ଖେଳାଳୀଙ୍କୁ ରିଟର୍ଣ୍ଣ କରିବା ବହୁ ଅସୁବିଧା ହୋଇଯାଇଛି । ଅକ୍ସନ ପୂର୍ବରୁ ଆସନ୍ତୁ ଜାଣିବା ଏହି ୩ଖେଳାଳୀଙ୍କ ବିଷୟରେ ଯେଉଁମାନଙ୍କୁ ଆରସିବି ରିଲିଜ କରିବାର ନିଷ୍ପତ୍ତି ନେଇପାରେ ।

ୟଶ ଦୟାଲକୁ ଆରସିବି ଆଇପିଏଲ୍ ୨୦୨୪ରେ ୫କୋଟି ଟଙ୍କା ଦେଇ ନିଜ ସହ ଯୋଡ଼ି ଥିଲା । ୟଶ ନିଜ ପ୍ରଥମ ସିଜନରେ ବେଙ୍ଗାଲୁରୁଲାଗି ସବୁଠାରୁ ଅଧିକ ଓ୍ବିକେଟ (୧୫) ନେଇଥିବା ବୋଲର ହୋଇଥିଲେ । ସେ ଓ୍ବିକେଟ ନେଇଥିଲେ, କିନ୍ତୁ ପାଓ୍ବାରପ୍ଲେ ଏବଂ ଡେଥ ଓଭରରେ ସେ ଖୁବ୍ ରନ୍ ନେଇଥିଲେ । ଗତ ସିଜନରେ ୟଶଙ୍କ ଇକନୋମୀ ରେଟ ୯.୧୫ ଥିଲା । ‌ସେ ମାତ୍ର ଟିମ୍ ଇଣ୍ଡିଆ ଲାଗି ଡେବ୍ୟୁ କରି ନାହାନ୍ତି, କିନ୍ତୁ ତାଙ୍କୁ ବାଂଲାଦେଶ ବିପକ୍ଷ ସିରିଜର ସ୍କ୍ବାଡ଼ରେ ଚୟନ କରାଯାଇଥିଲା । ଜଣେ ଖେଳାଳୀ ଭାବେ ୟଶଙ୍କ ପଦ ବଢିବାରେ ଲାଗିଛି ଏବଂ ଏଭଳି ନ ହେଉ କି କୌଣସି ଭାବେ ତାଙ୍କର ରିଟର୍ଣ୍ଣ କରିବା ଆରସିବିକୁ ବହୁ ଭାରି ପଡ଼ିପାରେ । 

ଗ୍ଲେନ ମ୍ୟାକ୍ସଓ୍ବେଲ

ଗ୍ଲେନ ମ୍ୟାକ୍ସଓ୍ବେଲ ଆଇପିଏଲରେ ଆରସିବି ଲାଗି ୫୨ମ୍ୟାଚରେ ୨୮.୭୭ ପ୍ରତିଶତରେ ୧,୨୬୬ରନ କରିଥିଲେ । ଗତ ସିଜନରେ ସେ ୧୨ ମ୍ୟାଚରେ କେବଳ ୫୨ରନ୍ କରିଥିଲେ । ଯେଉଁଥିରେ ତାଙ୍କୁ ଖୁବ୍ ଟ୍ରୋଲ୍ ହେବାକୁ ପଡ଼ିଥିଲା । ମ୍ୟାକ୍ସଓ୍ବେଲ ଗତ କେତେକ ସିଜନରେ ଆଇପିଏଲରେ ଏକ ବ୍ୟାଟର ଭାବେ ଫେଲ୍ ହେବାରେ ଲାଗିଛନ୍ତି । ଯାହାଦ୍ବାରା ତାଙ୍କ ଫ୍ରାଞ୍ଚାଇଜ କ୍ରିକେଟ ଭିତରେ ଭ୍ୟାଲ୍ୟୁ କମ୍ ହେବାର ସମ୍ଭାବନା ରହିଛି ।

ଫାଫ ଡୁ ପ୍ଲେସିସ

ଫାଫ ଡୁ ପ୍ଲେସିସ ବର୍ଷ ୨୦୨୨ରେ ରୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଜଏନ କରିଥିଲେ । ସେ ଜଣେ ଖେଳାଳୀ ଭାବେ ବାରମ୍ବାର ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଗତ ୩ସିଜିନରେ ପ୍ରାୟ ୧,୬୩୬ରନ କରିସାରିଛନ୍ତି । ସେ ସେଣ୍ଟ ଲୁସିୟା କିଙ୍ଗ୍ସକୁ ନିକଟରେ ନିଜ ଅଧିନାୟକତ୍ବରେ କାରେବିୟନ ପ୍ରିମିୟର ଲିଗର ଚାମ୍ପିୟନ କରିଛନ୍ତି । ଡୁ ପ୍ଲେସିସର ପ୍ରଦର୍ଶନ ଟପ୍ ଲେବୁଲର ରହିଛି । କିନ୍ତୁ ବିସିସିଆଇ ଯେଉଁ ଦରମାର କ୍ୟାଟେଗୋରୀ କରିଛନ୍ତି ତାଙ୍କ ଅନୁସାରେ ୧୧କୋଟି ବି ଡୁ ପ୍ଲେସିସଲାଗି ଅଧିକ ହୋଇଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.