ପୁରୁଷୋତ୍ତମପୁର, ୨୮/୦୭: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏଥିରେ ଗୋଟିଏ ପରିବାରର ୩ ଭାଇ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାହ୍ନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଜମି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଜମି ବିବାଦକୁ ନେଇ ହାଣ୍ଡିଘର ଗାଁର ଏକ ପରିବାରର ୫ ଭାଇଙ୍କ ସହ ସେମାନଙ୍କ ବିବାଦ ଲାଗି ରହିଥିଲା । ନିକଟରେ ଆହତଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ବିବାଦ ଉଗ୍ରରୂପ ନେଇଥିଲା। ରବିବାର ରାତିରେ ଯୁକ୍ତିତର୍କ ପରେ ତିନି ଭାଇଙ୍କ ଉପରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ପଡ଼ୋଶୀ ପରିବାର । ଆହତଙ୍କୁ ଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଖବର ପାଇ ପୁଲିସ ପ୍ରତିପକ୍ଷର ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।