କଟକ,୧୦/୧୨ : ରାଜ୍ୟରେ କ୍ରୀଡା ଭିତ୍ତିଭୂମୀର ଅଭାବ ନାହିଁ, ଆଗକୁ ବ୍ୟାଡ଼ମିଣ୍ଟନ ଭଳି ଖେଳରେ ଓଡିଶା ଉତ୍କର୍ଷ ଲାଭ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । କଟକରେ ଆରମ୍ଭ ହୋଇଥିବା ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଯୋଗଦେଇ ଆଜି ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି । ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ସମାରୋହରେ ବିଧାୟିକା, କଟକ ବାରବାଟୀ ସୋଫିଆ ଫିର୍ଦୋଷ, କ୍ରୀଡା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ର ମିଳିତ ସହଭାଗିତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ, ବଲଗେରିଆ ଆଦି ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ଧନରାଶି ୧୦୦,୦୦୦USD Dollar ରହିଛି । ଆଜି ସମୁଦାୟ ୮ଟି ମ୍ୟାଚ ଖେଳାଯାଇଛି ।