ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଗୋରୁ ବୋଝେଇ ଗାଡି ଅଟକ ରଖିଲେ ଗ୍ରାମବାସୀ

ନୀଳଗିରି,୮/୬: ନୀଳଗିରି ଥାନା ଅଧିନ କାଂଶ ପାଖ ନିମପାଳ ଛକ ନିକଟରେ ବେଆଇନ ଗୋରୁ ବୋଝେଇ ଗାଡିକୁ ଅଟକ ରଖିଲେ ଅଞ୍ଚଳବାସୀ। ଗାଡ଼ି  ( ନଂ ଓଡି୦୧ଏଏମ-୦୪୫୧)  ରେ ଦୁଇଟି ବଡ ଗୋରୁ ବୋଝେଇ ହେଇ ବାଲେଶ୍ବର ଅଭିମୁଖେ ଯାଇଥିଲା।  ନୀଳଗିରି ବ୍ଲକ ଦେବସେନା ସଭାପତି ବାଦଲ କୁମାର ପଣ୍ଡା ଦେଖି ଗାଡ଼ି ଟିକୁ ଅଟକ ରଖଥିଲେ।

ଦେବସେନା ସଦସ୍ୟ ଓ ବଜରଙ୍ଗ ଦଳ ର ସଦସ୍ୟଙ୍କୁ ଡାକି ଗାଡ଼ିର ଡ୍ରାଇଭର ଆଉ ହେଲ୍ପର ଙ୍କୁ ପଚରା ଉଚରା କରିଥିଲେ।ହେଲ୍ପର୍ ଚତୁରତାର ସହ ଖସି ପଳାଇଥିଲେ ମଧ୍ୟ ଗାଡ଼ିକୁ ଅଟକ ରଖି ଅଯୋଧ୍ୟା ଫାଣ୍ଡି ଅଧିକାରୀ ଙ୍କୁ ଫୋନ୍ କରି ଜଣାଇବା ସହ ନୀଳଗିରି ଆଇଆଇସିଙ୍କୁ ମଧ୍ୟ ଜଣାଇଥିଲେ।କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବାରୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଖବର ପାଇ ପୋଲିସ ଙ୍କ ସହ ଫୋନ୍ ଯୋଗେ କଥା ହେବାପରେ ଅଯୋଧ୍ୟା ଫାଣ୍ଡି ଅଧିକାରୀ  ସଙ୍ଗେ ସାଙ୍ଗ ଗାଡ଼ିକୁ ଅଯୋଧ୍ୟା ଫାଣ୍ଡି କୁ ସ୍ଥାନାନ୍ତର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.