ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ମଝି ସାହି ମା’ ସିଦ୍ଧ କମଳା ଦେବୀ ଠାକୁରାଣୀଙ୍କ ଯାତ୍ରା ଉଦଯାପିତ ; ଚାଙ୍ଗୁଡ଼ିରେ ସ୍ଵାଗତ ; ଘଟରେ ବିଦାୟ

Published By : Gurupada Nath | May 25, 2025 8:08 PM

ରାୟଗଡ଼(ଗଜପତି),୨୫/୫ : ୭ବର୍ଷ ପରେ ବାପ ଘରେ ସାତ ଦିନର ରହଣି ପରେ ରବିବାର ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ଶାଶୁ ଘରକୁ ଏକ ବିରାଟ ପଟୁଆରରେ ଫେରିଛନ୍ତି ମା’ ସାଆନ୍ତାଣି l ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥିତ ମଝି ସାହିର ଆରୋଧ୍ୟ ଦେବୀ ମା' ସିଦ୍ଧ କମଳା ଦେବୀଙ୍କ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି l ମନ ଦୁଃଖ ସହିତ ମା’ ବାପ ଘରକୁ ରବିବାର ସକାଳୁ ଫେରିଛନ୍ତି। ଝିଅ ବାପ ଘରକୁ ଯିବାର କଷ୍ଟ ସମସ୍ତେ ଅନୁଭବ କରିଛନ୍ତି l ସମସ୍ତଙ୍କ ଆଖିରେ ଆଖିଏ ଲୁହ ଓ ମନରେ କୋହ ମଧ୍ୟ ଦେଖିବାକୁ ମିଳିଛି l ମା’ ନିଜ ବାପ ଘରୁ ସ୍ଵମନ୍ଦିର ଫେରିବାକୁ ଥିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ଚାଙ୍ଗୁଡ଼ିରେ ସ୍ଵାଗତ କରାଯାଇ ଘଟରେ ବିଦାୟ କରାଯାଇଥିଲା l 

ଏହିକ୍ରମରେ ପୂଜାର୍ଚ୍ଚନା ସହିତ ରୀତିନୀତି ସମ୍ପନ୍ନ ହୋଇଥିଲା l ଶନିବାର ଶେଷ ଦିନ ହୋଇଥିବାରୁ ମା’ ରାତି ସାରା ନଗର ପରିକ୍ରମାରେ ବାହାରି ଗ୍ରାମ ବୁଲିଥିଲେ । ମା’ଙ୍କ ଶେଷ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ଼ ଜମିଥିଲା l ରୀତିନୀତି ଅନୁସାରେ ଦିନରେ ପୂଜା ସରିବା ପରେ ସନ୍ଧ୍ୟା ୭ ଟା ସମୟରେ ଆଳତି ଲାଗିଥିଲା l ରାତି ୧୦ଟାରେ ମା’ ଙ୍କ ଘଟ ବାହାରି ପରିକ୍ରମା କରି ଭୋରରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ l ମା’ଙ୍କ ସ୍ଥାନୀୟ ମଣ୍ଡପ ଓ ସ୍ଵର୍ଗତ ବଲ୍ଲଭ ପାଇକଙ୍କ ଘରୁ ଭୈରବୀ ବେଶରେ ବାହାରି ଖଣ୍ଡା ଚାଳନା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ମା’ଙ୍କୁ ବିଦାୟ ଦେବା ସମୟରେ ସମଗ୍ର ରାୟଗଡ଼ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଭାବ ବିହୁଳ ହୋଇପଡିଥିଲେ। ଡିଜେ ସହ ଚାଙ୍ଗୁ ବାଜା ବାଜଣା ଓ ବାଣରେ ରାୟଗଡ଼ ଦୁଲୁକୁଥିବା ବେଳେ ଧୂପ ଓ ଦୀପ ମହକରେ ମହକି ଥିଲା l ଅଦିନିଆ ହୋଲି ପର୍ବର ମଜା ଉଠାଇଥିଲେ ଭକ୍ତ। ପ୍ରତି ସାହି ଗଳିକନ୍ଦିରେ ମା’ଙ୍କ ଘଟ ପୂଜା ପାଇଥିଲା I ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ସାହି I  ରବିବାର ସକାଳ ୮ଟାରେ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା ଶେଷ କରି ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଂଚି ଥିଲେ I ଉକ୍ତ ଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି I ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମାନେ ପରିଚାଳନ କରିଥିବାବେଳେ ଯୁବ ଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିଲେ I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.