ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଥିଏଟରରେ ଅଧାରୁ ଶେଷ ହୋଇଗଲା ‘ପୁଷ୍ପା-୨’ ଫିଲ୍ମ, ଟଙ୍କା ଫେରସ୍ତ କରିବାକୁ ଦାବିକଲେ ଦର୍ଶକ

Published By : Prameya | December 11, 2024 8:49 AM

ମୁମ୍ବାଇ ୧୧/୧୨: ଡିସେମ୍ବର ୫ ତାରିଖରେ ରିଲିଜ୍‌ ହୋଇଥିବା ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା-୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ହାସଲ କରିଛି । ତେବେ କୋଚିର ସିନେପୋଲିସ୍‌ ସେଣ୍ଟର ସ୍କେ୍ୱାୟାର ମଲ୍‌ ଥିଏଟରରେ ଗତ ଶୁକ୍ରବାର ଏହାର ଶୋ’ ଚାଲିଥିବାବେଳେ ମଧ୍ୟାନ୍ତରରେ ହିଁ ଫିଲ୍ମଟି ଶେଷ ହୋଇଯାଇଥିଲା । ଏହା ଦେଖି ଦର୍ଶକମାନେ ରାଗି ଯାଇଥିଲେ । କିଛି ଲୋକ ଟଙ୍କା ଫେରାଇବାକୁ ଅଡ଼ି ବସିଥିଲେ ।

ରିପୋର୍ଟ ଅନୁସାରେ, ଥିଏଟରରେ ଶୁକ୍ରବାର ସନ୍ଧ୍ୟା ୬.୩୦ରେ ‘ପୁଷ୍ପା-୨’ର ଶୋ’ ଚାଲିଥିଲା । ଇଣ୍ଟରଭାଲ ବା ମଧ୍ୟାନ୍ତର ସମୟରେ ଫିଲ୍ମ ଶେଷ ହେବା ସମୟର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏହା ଦେଖି ଦର୍ଶକମାନେ ୩ଘଣ୍ଟା ୨୦ ମିନିଟ୍‌ ଅବଧିର ଫିଲ୍ମର ପ୍ରଥମ ଭାଗ ନୁହେଁ, ଦ୍ୱିତୀୟ ଭାଗ ସେମାନଙ୍କୁ ଦେଖାଯାଇଥିବା ବୁଝିଯାଇଥିଲେ । ଏପରିସ୍ଥଳେ କିଛି ଦର୍ଶକ ଥିଏଟର ପରିଚାଳନା କର୍ତ୍ତୃପକ୍ଷଙ୍କ ଏହି ଭୁଲ୍‌ ଲାଗି ଟଙ୍କା ଫେରସ୍ତ ମାଗିଥିବାବେଳେ ଅନ୍ୟମାନେ ଫିଲ୍ମର ପ୍ରଥମ ଭାଗ ଦେଖାଇବା ଉପରେ ଜୋର୍‌ ଦେଇଥିଲେ । ସେମାନଙ୍କ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଁଇଥିଲେ ଥିଏଟର ପରିଚାଳନା କର୍ତ୍ତୃପକ୍ଷ  । ରାତି ପ୍ରାୟ ୯ଟାରେ ଫିଲ୍ମର ପ୍ରଥମ ଭାଗକୁ ଦେଖାଯାଇଥିଲା । ସେତେବେଳେ କିନ୍ତୁ ଥିଏଟରରେ ମାତ୍ର ୧୦ ଜଣ ଦର୍ଶକ ଥିଲେ । ସେହିପରି ଥିଏଟର କର୍ତ୍ତୃପକ୍ଷ ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡି଼ଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.