ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ବାୟୁସେନା ଲାଗି ୨୬ ହଜାର କୋଟି ଟଙ୍କାରେ ୨୪୦ଟି ଜେଟ୍‌ ଇଞ୍ଜିନ୍‌ ତିଆରି କରିବ HAL

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL) ସହ ବଡ଼ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଚୁକ୍ତି ପରେ ଉଭୟ କମ୍ପାନି ଏବଂ ନିବେଶକଙ୍କୁ ଭଲ ଫାଇଦା ମିଳିବ । ଏବେ ହାଲ୍‌ ବାୟୁସେନା ଲାଗି ଫାଇଟର ଜେଟ୍‌ ସୁଖୋଇ-୩୦ଏମକେଆଇ ଏୟାରକ୍ରାଫ୍ଟ ପାଇଁ ୨୪୦ ଏରୋ ଇଞ୍ଜିନ ତିଆରି କରିବ ।   ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ହାଲ୍‌ ସହ ୨୬ ହଜାର କୋଟି ଟଙ୍କାର ଡିଲ୍‌ କରିଛି । 

ଏହା ଦ୍ବାରା କେନ୍ଦ୍ର ସରକାର ‘ଆତ୍ମନିର୍ଭର ଭାରତ’କୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି । ହାଲ୍‌କୁ ଏରୋ-ଇଞ୍ଜିନ ତିଆରି ପାଇଁ ବଡ଼ ଅଫର ମିଳିଥିବାରୁ ବାୟୁସେନାର ଫାଇଟର ଜେଟ୍‌ ସୁଖୋଇ ସଂଖ୍ୟାରେ ବୃଦ୍ଧି ଘଟିବ । ଆଜି (ସୋମବାର) ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବିଆର ଚୌଧୁରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଏଚଏଏଲ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । 

 ଚୁକ୍ତି ଅନୁଯାୟୀ ହାଲ୍‌ ଏହି ୨୪୦ଟି ଏରୋ ଇଞ୍ଜିନ୍‌ ଆଗାମୀ ୮ ବର୍ଷ ମଧ୍ୟରେ ବାୟୁସେନାକୁ ଦେବ । ହାଲ୍‌ର କୋରାପୁଟ ଡିଭିଜନ୍‌ ଦ୍ବାରା ଏହି ଇଞ୍ଜିନ୍‌ ତିଆରି କରାଯିବ । ସୁଖୋଇ-୩୦ର ପରିଚାଳନାଗତ କ୍ଷମତା ଜାରି ରଖିବା ସହ ଭାରତୀୟ ବାୟୁସେନାର ଚାହିଦା ପୂରଣ ଦିଗରେ ଏହି ଚୁକ୍ତି ବେଶ ସହାୟକ ହେବ ବୋଲି କୁହାଯାଉଛି। ସେପଟେ ଡିକେ ସୁନୀଲ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ଡିକେ ସୁନୀଲ କମ୍ପାନିର ଅତିରିକ୍ତ ଚେୟରମ୍ୟାନ୍‌ ଏବଂ ଏମଡି ଦାୟିତ୍ବରେ ଥିଲେ ।  

  • defence ministry
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.