ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ପୁଷ୍କର ମେଳାର ଆକର୍ଷଣ ସାଜିଲା ଅନମୋଲ, ୨୩ କୋଟିର ମଇଁଷି ଦେଖିବାକୁ ଲୋକଙ୍କ ଭିଡ

Published By : Prameya | November 12, 2024 11:07 AM

ରାଜସ୍ଥାନ ୧୨/୧୧: ରାଜସ୍ଥାନ ଅଜମେର ଜିଲ୍ଲାର ପୁଷ୍କର ଧାମରେ ଏବେ ଅନ୍ତର୍ଜାତୀୟ ପଶୁ ମେଳା ଚାଲିଛି । ସେଠାକୁ ଭିନ୍ନ ଭିନ୍ନ ପ୍ରଜାତିର ପଶୁଙ୍କୁ ବିକାକିଣା ଲାଗି ଅଣାଯାଉଛି । ଏହି କ୍ରମରେ ଅନ୍‌ମୋଲ ନାମକ ଏକ ମଇଁଷି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍‌ମୋଲର ଓଜନ ୧୫୦୦ କିଲୋ । ଦାମ୍‌ ୨୩ କୋଟି ବୋଲି କୁହାଯାଉଛି । ମେଳାକୁ ଆସିଥିବା ଲୋକେ, ବିଶେଷ କରି ବିଦେଶୀ ପର୍ଯ୍ୟଟକ ସେହି ମଇଁଷି ସହିତ ସେଲ୍‌ଫି ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । 

ହରିଆଣାର ସିରସା ଜିଲ୍ଲାର ହିସୁ ଗାଁରୁ ମୁର୍ରା ପ୍ରଜାତିର ଏହି ମଇଁଷିକୁ ଏକ ସ୍ୱତନ୍ତ୍ର ଟ୍ରକ୍‌ରେ ଅଣାଯାଇଛି । ତା’ର ମାଲିକ ସିରସାର ଜଗତାର ସିଂହ କହିଛନ୍ତି, ଅନ୍‌ମୋଲକୁ ମୁଁ ନିଜ ପୁଅ ଭଳି ପାଳିଛି । ଯଦିଓ ଅନେକ ଗ୍ରାହକ ଅନ୍‌ମୋଲକୁ ବିକ୍ରି କରିବା ଲାଗି ମୋ’ ସହିତ ଯୋଗାଯୋଗ କରିଛନ୍ତି ତେବେ ଏହି ପ୍ରଦର୍ଶନୀରେ ତାକୁ ବିକ୍ରି କରିବା ଲାଗି ମୋର କୌଣସି ଯୋଜନା ନାହିଁ । କେବଳ ମୁର୍ରା ପ୍ରଜାତିର ସଂରକ୍ଷଣ ଓ ସ୍ପର୍ମ ବିକ୍ରି ମାଧ୍ୟମରେ ଭିନ୍ନ ଭିନ୍ନ ରାଜ୍ୟରେ ଏହି ପ୍ରଜାତିର ପ୍ରସାର ଆମର ଉଦ୍ଦେଶ୍ୟ । 

ରିପୋର୍ଟ ଅନୁସାରେ, ଅନ୍‌ମୋଲର ବୟସ ୮ ବର୍ଷ । ଉଚ୍ଚତା ୫ ଫୁଟ ୮ ଇଞ୍ଚ । ପ୍ରତିଦିନ ଏହା ୨ ହଜାର ଟଙ୍କାର ଖାଦ୍ୟ ଖାଇଥାଏ । ତାକୁ କାଜୁ, ବାଦାମ, କଦଳୀ ଓ ବିଭିନ୍ନ ଫଳ, ସୋୟାବିନ, ମକା ପ୍ରଭୃତି ଦିଆଯାଏ । ପଶୁଙ୍କ ମଧ୍ୟରେ ଲଗାତର ବ୍ୟାପୁଥିବା ରୋଗକୁ ଦୃଷ୍ଟିରେ ରଖି ତା’ର ଦେଖାଶୁଣା ଲାଗି ୪ ଜଣ ଲୋକ ନିଯୁକ୍ତ ହୋଇଛନ୍ତି । ସକାଳୁ ଅନ୍‌ମୋଲ ଉଠିବା ପରେ ଜଳଖିଆରେ ତାକୁ କାଜୁ ବାଦାମ, ପିସ୍ତା, ଦେଶୀ ଘିଅ ସହିତ କ୍ଷୀର ଦିଆଯାଏ । ଏହାପରେ ସୋରିଷ ତେଲରେ ମାଲିସ କରାଯାଏ । ପରେ ଗରମ ପାଣିରେ ଭଲ ଭାବେ ଗାଧୋଇ ଦିଆଯାଏ । ସଫା କପଡ଼ାରେ ତାର ପୂରା ଶରୀରକୁ ପୋଛି କିଛି ସମୟ ଲାଗି ଘର ବାହାରେ ଖୋଲାରେ ଛଡ଼ା ଯାଇଥାଏ । ବାହାରେ ସେ ଆରାମରେ ବୁଲିବା ପରେ ତାକୁ ଆଣି ବନ୍ଧାଯାଇଥାଏ ।

ଅନ୍‌ମୋଲର ଉଚ୍ଚ ଗୁଣବତ୍ତାଯୁକ୍ତ ଶୂକ୍ରାଣୁର ଖୁବ୍‌ ଅଧିକ ଚାହିଦା ରହିଛି । ସପ୍ତାହକୁ ଦୁଇଥର ତା’ ନିକଟରୁ ଶୂକ୍ରାଣୁ ସଂଗ୍ରହ କରାଯାଏ । ଥରେ ସ୍ପର୍ମ ବାହାର କରାଗଲେ ତାହା ୩୦୦ରୁ ୯୦୦ ମଇଁଷିଙ୍କ ଲାଗି ପର୍ଯ୍ୟାପ୍ତ ହୋଇଥାଏ । ଚାଷୀଙ୍କୁ ଏହା ୨୫୦ ଟଙ୍କାରେ ବିକ୍ରି କରାଯାଏ । ଏହା ପୂର୍ବରୁ ମଧ୍ୟ ଅନ୍‌ମୋଲକୁ ବିଭିନ୍ନ ମେଳାକୁ ନିଆଯାଇଛି । ଗତବର୍ଷ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ଅନ୍‌ମୋଲକୁ ୨୩ କୋଟିରେ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ମାଲିକ ଜଗତାର ସିଂହ ରାଜି ହୋଇନଥିଲେ । ଅନ୍ତର୍ଜାତୀୟ ପୁଷ୍କର ମେଳା ଗତ ୯ରୁ ଆରମ୍ଭ ହୋଇଥିବାବେଳେ ୧୫ ତାରିଖ ଯାଏ ଚାଲିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.