ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ବିଶ୍ୱ ସମସ୍ୟାର ସମାଧାନର ପ୍ରୟୋଗଶାଳା ଓଡ଼ିଆ ଭାଷା ସାହିତ୍ୟରେ ଅଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୦।୧୧ -  ୨୦୩୬ ସୁଦ୍ଧା ଓଡ଼ିଶାକୁ ପୃଥିବୀର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ନିର୍ଦ୍ଧାରିତ ସମୟ ସୁଦ୍ଧା ଗଣକବି ବୈଷ୍ଣବ ପାଣି ଏବଂ ଓଡ଼ିଶାର ମହାପୁରୁଷଙ୍କ ବିଚାର ଆଧାରରେ଼ ଓଡ଼ିଆ, ଭାଷା, ସଂସ୍କୃତି ତଥା ଓଡ଼ିଆ ଜାତିର ପୁନଃପରିଚୟ ତିଆରି କରିବା ପାଇଁ ଏକାଠି ହେବା । ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରୁଥିବା ବେଳେ କିପରି ଆମ ରାଜ୍ୟ ବିଶ୍ୱ ମାନଚିତ୍ରରେ ପ୍ରତିଷ୍ଠିତ ହେବ ସେଥିପାଇଁ ସାମୂହିକ ଉଦ୍ୟମ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବିଶ୍ୱ ସମସ୍ୟାର ସମାଧାନର ପ୍ରୟୋଗଶାଳା ଓଡ଼ିଆ ଭାଷା ସାହିତ୍ୟରେ ଅଛି ବୋଲି ସେ କହିଛନ୍ତି ।

 ଶନିବାର ଭୁବନେଶ୍ୱର ଠାରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଐତିହାସିକ ଜୟନ୍ତୀ ମହୋତ୍ସବର ଉଦଯାପନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଉ ପ୍ରାୟ ୧୨ ବର୍ଷ ପରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ । ଏହି ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଆବାଳବୃଦ୍ଧବନିତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆଗାମୀ ୧୨ ବର୍ଷ ସବୁ ଓଡ଼ିଆଙ୍କ ପାଇଁ ଏକ ସୁବର୍ଣ୍ଣ ଅବସର । ତେଣୁ ଓଡ଼ିଆ, ଭାଷା, ସଂସ୍କୃତି ଓ ଜାତିର ପୁନଃ ପରିଚୟ ତଥା ଜବଜାଗରଣ ସୃଷ୍ଟି କରିବା ପାଇଁ ଏକାଠି ହେବାକୁ ଓଡ଼ିଆ ସମାଜକୁ ସେ ଆହ୍ୱାନ କରିଛନ୍ତି ।  

 ଶ୍ରୀ ପ୍ରଧାନ ‘ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ’ ଗଣକବି ବୈଷ୍ଣବ ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ ଓଡ଼ିଆ ମହାପୁରୁଷଙ୍କ ସ୍ମୃତିଚାରଣ କରାଗଲେ ମୋ ଭଳି ସାଧାରଣ ଲୋକଙ୍କ ମନରେ ବହୁତ ଉତ୍ସାହ ବଢିଥାଏ । ମାହାଙ୍ଗା ମାଟିର ସୁପୁତ୍ର ତଥା ଗଣମାନସର କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ସ୍ମୃତି  ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ୧୪ ଦିନ ବ୍ୟାପୀ ଐତିହାସିକ ଜୟନ୍ତୀ ସମାରୋହ ଆୟୋଜନ ହେବା ପ୍ରଶଂସନୀୟ । ଗଣକବି ତାଙ୍କ ଗୀତିନାଟ୍ୟରେ ରାମାୟଣ, ମହାଭାରତ, ଗଣ ଜୀବନର କଥା କହିଛନ୍ତି । ଜାତି-ଅଜାତିର କଥା ସହ ଧର୍ମ ଓ ଅଧର୍ମ, ସମାଜ ସଂସ୍କାର କଥା କହିଛନ୍ତି ।  ହଜାର ହଜାର ବର୍ଷର ସାହିତ୍ୟକୁ କଣ୍ଠସ୍ଥ କରି ଲୋକଭାଷାରେ ପ୍ରଦର୍ଶିତ କରିବା ତାଙ୍କର ମହାନ ମୂଲ୍ୟବୋଧକୁ ଦର୍ଶାଉଛି । ଓଡ଼ିଆ ଜନଜୀବନରେ ତାଙ୍କର ଦୁର୍ମୂଃଲ୍ୟ ବିଚାର ଯୁଗ ଯୁଗ ଧରି ଆମ ସମସ୍ତଙ୍କୁ ପ୍ରେରଣା ଦେବ ।  

 କେବଳ ଏତିକି ନୁହେଁ ଗଣକବିଙ୍କ ଭଳି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" କାଳଜୟୀ ଉକ୍ତି ଜାତିସଂଘର କାନ୍ଥରେ ଲିପିବଦ୍ଧ ହୋଇରହିଛି । ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ଜାତିପ୍ରଥା ବିରୋଧର କଥା କହିଛନ୍ତି । ମାଣବସା ଗୁରୁବାର ଓଡ଼ିଆ ସଂସ୍କୃତିର ସଂସ୍କାର । ସ୍ୱଚ୍ଛତାର ସଂସ୍କାର ଏଥିରେ ଅନ୍ତର୍ନିହିତ । ଘର ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରହିବେ, ଏହା ହେଉଛି ଆମର ଧାର୍ମିକ ପରମ୍ପରାର ବାର୍ତ୍ତା । କାଞ୍ଚି ସହ ଓଡ଼ିଆ ଲୋକଙ୍କ ସମ୍ପର୍କ ରହିଛି । କାଞ୍ଚିରେ ଓଡ଼ିଶାର ପୁରାତନ ତାଳପତ୍ର ପୋଥି ଅଛି । ଓଡ଼ିଶାର ଲୋକମାନଙ୍କର ଚିନ୍ତାଧାରା ବ୍ୟାପକ ଓ ବିଶାଳ ଥିଲା । ସମାଜ କଲ୍ୟାଣ ପାଇଁ ଆଗଭର ହୋଇଥିଲା ।   କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଆ ଲୋକଙ୍କ ଇଚ୍ଛାଶକ୍ତି ହିଁ ଅଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି । 

 ଆଜିର ଏହି ମଞ୍ଚରେ ଉପସ୍ଥାପିତ ହୋଇଥିବା ଗଣକବିଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗୀତିନାଟ୍ୟ “ମହାଲକ୍ଷ୍ମୀ ପୂଜା”ର ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ନାଟକଟି ହୃଦୟସ୍ପର୍ଶୀ କହିବା ସହ ଶିଶୁ କଳାକାରମାନଙ୍କ ଅଭିନୟ ମନଛୁଆଁ ଓ ଜୀବନ୍ତ ଥିଲା ବୋଲି କହିଥିଲେ । ସେ ଆହୁରି କହିଥିଲେ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଝଲକ । ୨୦୩୬ରେ ଆମେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବାକୁ ଯାଉଛେ । ଏହି ସମୟରେ ସ୍କୁଲରେ ଗୀତିନାଟ୍ୟ ପରମ୍ପରାକୁ ବଢାଇବାକୁ ବଢିବ । ଏହି ଭବ୍ୟ ଐତିହାସିକ ସାରସ୍ୱତ ଓ ସାଂସ୍କୃତିକ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କରକମଳରେ ଗଣକବି ବୈଷ୍ଣବ ପାଣିଙ୍କ ଆତ୍ମ କାହାଣୀର ଓଡ଼ିଆ ଓ ଇଂରାଜୀ ଅନୁବାଦ ପୁସ୍ତକର ଲୋକାର୍ପିତ ହୋଇଥିବା ବେଳେ ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.