ଭୁବନେଶ୍ଵର, ୦୩/୦୬ : ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ। ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର। ଏନେଇ ଇସିଆଇଙ୍କୁ ଅବଗତ କରାଯାଇଛି। ଜୁନ୍ ୨୪ ଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ରହିବ।
ସୂଚନାନୁଯାୟୀ, ସୋମବାର ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ବସିଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟ କ୍ୟାବିନେଟ୍ ଭଙ୍ଗ ସୁପାରିସ୍ ପ୍ରସ୍ତାବ ଉପରେ ମୋହର ବାଜିଛି। ଏହାପରେ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ସେପଟେ ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ। ମଙ୍ଗଳବାର ଦିନ ଭୋଟ୍ ଗଣତି ହେବ।