ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଅଧା ବଗି ଛାଡି ଦୁଇ କିଲୋମିଟର ଚାଲିଗଲା ମାଲବାହୀ ଟ୍ରେନ

ଜଳେଶ୍ବର,୧୧।୬ :  ଅଧା ବଗି ଛାଡି ଦୁଇ କିଲୋମିଟର ଚାଲିଗଲା ମାଲବାହୀ ଟ୍ରେନ। ଦକ୍ଷିଣ ପୂର୍ବ ରେଳ ପଥର ଅମର୍ଦାରୋଡ ଷ୍ଟେସନ ଠାରୁ କିଛି ଦୂର ଦକ୍ଷିଣ କେବିନ୍ ନିକଟରେ   ୧୬ ଟି ବଗି ନେଇ ଇଞ୍ଜିନ ଚାଲି ଯାଇଥିବା ବେଳେ ୧୪ ଟି ବଗି ରହି ଯାଇଥିଲା ।

ମଙ୍ଗଳବାର ଅପରାହ୍ନ ରେ ମାଲବାହୀ ଟ୍ରେନ ଟି ଖଡ଼ଗପୁର ରୁ ବାଲେଶ୍ବର ଅଭିମୁଖେ ଯାଉଥିଲା।  ଅମର୍ଦ୍ଦା ଷ୍ଟେସନ ରୁ କିଛି ଦୂରରେ  ଦକ୍ଷିଣ କ୍ଯାବିନ ନିକଟରେ କୌଣସି କାରଣ ବଶତଃ ଟ୍ରେନରୁ ୧୪ ଟି ବଗି ଅଲଗା ହୋଇ ଯାଇ ଥିଲା। ଅନ୍ଯ ୧୬ ଟି ବଗି ଇଞ୍ଜିନ ସହ ଚାଲି ଯାଇ ଥିଲା । ଦୁଇ କିଲୋମିଟର ଯିବା ପରେ ଲୋକପାଇଲଟ ଜାଣିପାରି ଟ୍ରେନକୁ ଅଟକାଇବା ସହ ରେଳ ବିଭାଗ ର ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଥିଲେ । ତୁରନ୍ତ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ମରାମତି କରି ବଗି ଗୁଡିକ ଟ୍ରେନରେ ଲଗାଇ ଥିଲେ । ପ୍ରାୟ ଏକ ଘଣ୍ଟା ପର୍ଯ୍ଯନ୍ତ ରେଳ ଚଳାଚଳ  ବାଧାପ୍ରାପ୍ତ ହୋଇ ଥିଲା । ମରାମତି ପରେ ଏବେ ରେଳ ଚଳାଚଳ ସ୍ବଭାବିକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.