ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା, ଯଶପ୍ରୀତ ବୁମରା ଉପଅଧିନାୟକ

Image Courtesy: cricketaddictor

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ୧୫ ଜଣିଆ ଦଳରେ ଯଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ନିକଟରେ ଭାରତୀୟ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା । ଏବେ ଘରୋଇ ମୈଦାନରେ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜ୍‌ ଖେଳିବ ଟିମ୍‌ ଇଣ୍ଡିଆ ।

ଓ୍ବାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ର ପଏଣ୍ଟ ଟେବୁଲ୍‌ରେ ଭାରତୀୟ ଟିମ୍‌ ଶୀର୍ଷରେ ରହିଛି । ଆଉ ଏବେ ନ୍ୟୁଜିଲାଣ୍ଡକୁ ହରାଇ ନିଜର ସ୍ଥିତି ଆହୁରି ମଜଭୁତ କରିବାକୁ ଚାହିଁବ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଓପନିଂ କରିବେ । ଏହା ପରେ ଶୀର୍ଷ କ୍ରମରେ ଶୁଭମନ ଗିଲ୍‌, ବିରାଟ କୋହଲି, କେଏଲ ରାହୁଲ ଏବଂ ସରଫରାଜ ଖାନ ଭଳି ବ୍ୟାଟରଙ୍କୁ ଚୟନ କରାଯାଇଛି । ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ  ଓ ଧ୍ରୁବ ଜୁରେଲଙ୍କୁ ଚୟନ କରାଯାଇଛି । ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର  ଜାଡ଼େଜା, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ସ୍ପିନ ବିଭାଗ ସମ୍ଭାଳିବେ । ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କ ପରି ବୋଲର ରହିଛନ୍ତି।

୧୫ ଜଣିଆ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଆକାଶ ଦୀପ।

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.